November 23, 2024

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ…

Share

ବୁଗୁଡ଼ା :  ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକ୍ କାର୍ଯ୍ୟାଳୟ ପରିସରସ୍ଥ ସମ୍ମିଳନୀ କକ୍ଷରେ ସମୂହ “ବନ୍ଦେ ଉତ୍କଳ ଜନନୀ” ଗାୟନ ସହ ଓଡ଼ିଆ ଭାଷାର ଗୁରୁତ୍ଵ ଓ ଇତିହାସ ସମ୍ପର୍କରେ ଆଲୋଚନା ସାଙ୍ଗକୁ ଉତ୍କଳୀୟ ପୂର୍ବସୂରିମାନଙ୍କ ସ୍ମୃତି ଚାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ୍ କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ,ବିଡ଼ିଓ ସନ୍ତୋଷ କୁମାର ଜେନା ,ସିଡ଼ିପିଓ ବବିତା କୁମାରୀ ପଣ୍ଡା , ମିଶନ ଶକ୍ତି ଅଧିକାରୀ ସଞ୍ଜୁ ସାହୁ ପ୍ରମୁଖ ଯୋଗଦେଇ ଓଡ଼ିଶାର ମହାପୁରୁଷ ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭାଷା ଓ ସାହିତ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏ ଅବସରରେ ସାହିତ୍ୟିକ ଅନନ୍ତ କର, ବିଭୂତି ଭୂଷଣ ମିଶ୍ର, ବୈଷ୍ଣବ ଚରଣ ଦାଶ, କାମରାଜୁ ସାହାଣୀ, ଅଶୋକ ନନ୍ଦ ପ୍ରମୁଖଙ୍କୁ ବିଭିନ୍ନ ସାହିତ୍ୟ ଗବେଷଣା ପାଇଁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଜିପିଓ ମନୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ପରିଶେଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।