April 25, 2026

ଜିଲ୍ଲା ସ୍ତରୀୟ ବିଶ୍ଵ କୁଷ୍ଠ ନିରାକରଣ ଦିବସ ଅନୁଷ୍ଠିତ….

jhygjyu
Share

                                                                                                              ପାରଳାଖେମୁଣ୍ଡି, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଗଜପତି ଦ୍ବାରା ଆଜି ସ୍ଥାନୀୟ ମହାରାଜା ଡାଇମଣ୍ଡ ଜୁବିଲି କୁଷ୍ଠାଶ୍ରମ, ପାରଳାଖେମୁଣ୍ଡି ଠାରେ ବିଶ୍ବ କୁଷ୍ଠରୋଗ ନିରାକରଣ ଦିବସ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟ କ୍ରମରେ ପ୍ରଥମେ କୁଷ୍ଠାଶ୍ରମ ଠାରେ ସକାଳ ଘ.୭.ସମୟରେ ଏକ ସଫେଇ ଅଭିଯାନ ପାରଳାଖେମୁଣ୍ଡି ପୌର ପରିଷଦ ଦ୍ବାରା କରାଯାଇଥିଲା। ପରେ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌରପରିଷଦ ପାରଳାଖେମୁଣ୍ଡି, ଡଃ ପ୍ରଦୀପ କୁମାର ପାତ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ,ଗଜପତି, ଡଃ ପ୍ରୋମଦ କୁମାର ପଣ୍ଡା, ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାରଳାଖେମୁଣ୍ଡି, ଡଃ. ଇନ୍ଦିରା କୁମାରୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (କୁଷ୍ଠରୋଗ),ଗଜପତି, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ କାର୍ଯକ୍ରମରେ କୁଷ୍ଠ ରୋଗୀ ମାନଙ୍କ ନିମନ୍ତେ ଏକ ଦେୟମୁକ୍ତ ଚିକିତ୍ସା ଶିବିରର ଆୟୋଜନ କରାଯାଇ ସ୍ବାସ୍ଥ୍ୟଗତ ସମସ୍ୟାର ପରୀକ୍ଷା କରିବା ସଙ୍ଗେ ସଙ୍ଗେ ମାଗଣା ଔଷଧ ବିତରଣର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୁଷ୍ଠ ରୋଗ ନିରାକରଣ ନିମିତ୍ତ ଶପଥ ପାଠ କରାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୁଷ୍ଠାଶ୍ରମ ର ୮ ଅନ୍ତେବାସୀ ଙ୍କୁ MCR ଚପଲ ବଣ୍ଟନ କରାଯାଇଥିଲା। କାର୍ଯକ୍ରମରେ ଯୋଗ ଦେଇଥିବା ୩୦ କୁଷ୍ଠରୋଗୀଙ୍କୁ ସାଲ ବଣ୍ଟନ କରାଯାଇଥିଲା। କାର୍ଯକ୍ରମରେ ଯୋଗ ଦେଇଥିବା ସମସ୍ତ କୁଷ୍ଠରୋଗୀ, ଆଶା ଦିଦି, ANM ଦିଦି, ବ୍ଲକ ସ୍ତରୀୟ କୁଷ୍ଠରୋଗ ନିବାରଣ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

You may have missed