April 28, 2026

ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ବସୁଲ ଠାରେ ଅନୁଷ୍ଠିତ….

yhgtu
Share

କଳାହାଣ୍ଡି , କଲା ଓ ନୃତ୍ୟ ର ଆଲୋକ ଦେଖାଇସରକାର ଏକ ପ୍ରକାର ରାଜ୍ୟରେ ଲୋକ ମାନଙ୍କୁ ଆଲୋଡନ ସୃଷ୍ଟି କରିଛନ୍ତିସେହିପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଧିନସ୍ଥ ବଡ଼ ବସୁଲ ଗ୍ରାମପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ମୌସଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡକ୍ଟର ହିମାଞ୍ଚଳ ମାଝୀ, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପାଟଯୋଶୀ,ବସୁଲ ସରପଞ୍ଚ ମକୁନ୍ଦ ଶବର, ସମିତି ସଭ୍ୟା ଜୁଲି ମେହେର, ପି ଇ ଓ, କ୍ଷୀରୋଦ କୁମାର ନାଗ, ଜି ଆର ଏସ, ସଞ୍ଜୟ ପ୍ରଧାନୀ , ସରୋଜ ଶବର, ହାତୀରାମ ଦୁର୍ଗା, ସଂଯୋଜକ ଅଭିରାମ ମଙ୍ଗରାଜ ପ୍ରମୁଖ ବିଶିଷ୍ଠ ମାନ୍ୟ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ରହି ଥିଲେ lପରେ ବସୁଲ ସରପଞ୍ଚ ମକୁନ୍ଦ ଶବର ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି l(ଜିଲ୍ଲା ପ୍ରତିନିଧି
ଚନ୍ଦ୍ର ଶେଖର ପାଳ ଙ୍କ ରିପୋର୍ଟ)