November 24, 2024

ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ 12 ଘଣ୍ଟିଆ ବନ୍ଦ ଡାକରା!

Share

 

ଉମରକୋଟ:-ରାଜ୍ୟ ସରକାର ଙ୍କ ଦ୍ୱାରା ବାରମ୍ବାର ପ୍ରତିଶୃତି ଦେବା ସତ୍ୱେ ନବରଙ୍ଗପୁର ଜିଲ୍ଲା କୁ ଅବହେଳିତ କରାଯାଉଛି, ଜିଲ୍ଲା ପ୍ରତି ରାଜ୍ୟ ସରକାର ଅନ୍ୟାୟ କରୁଛି, ବାରମ୍ବାର ଜିଲ୍ଲା ର ଉନ୍ନତି ନିମନ୍ତେ ରାଜ୍ୟ ସରକାର ପ୍ରତିଶୃତି ଦେଇ ଆସୁଥିବା ବେଳେ ତାହା କାର୍ଯ୍ୟରେ ପରିଣତ ହୋଇପାରୁନାହିଁ!ଏହାର ପ୍ରତିବାଦ ରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ 12 ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି!ଏହି ବନ୍ଦ ଡାକରା ସକାଳ 6 ଘଂଟିକା ରୁ ସନ୍ଧ୍ୟା 6 ଘଂଟିକା ପର୍ଯ୍ୟନ୍ତ ରହିବ!6 ଟି ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି!1:କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଚୁକ୍ତି ଅନୁଯାଇ ଜୟପୁର ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ରେଳ ସଂଯୋଗୀ କରଣ ପାଇଁ ଜମି ଯୋଗାଇବା,2:ଜିଲ୍ଲା ରେ ଥିବା ସମସ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ପଦବୀ କୁ ଜିଲ୍ଲା ଭିତ୍ତିକ କରିବା,3:ନବରଙ୍ଗପୁର ମହାବିଦ୍ୟାଳୟ ଓ ପେଣ୍ଡ୍ରାଣୀ ମହାବିଦ୍ୟାଳୟ କୁ ସରକାରୀ ମାନ୍ୟତା,4:ଜିଲ୍ଲା ର ସମସ୍ତ ଚିକିତ୍ସାଳୟ ଏବଂ ମୁଖ୍ୟ ଚିକିତ୍ସାଳୟ କୁ ସରକାରୀ ଡାକ୍ତର ଏବଂ ବିଶେଷଜ୍ଞ ଯୋଗାଇବା,5:ଉମରକୋଟ ଠାରେ ନିର୍ମିତ ହେବାକୁ ଥିବା ଇଥାଇନ ପ୍ରକଳ୍ପ ପାଇଁ ଜମି ଯୋଗାଇବା,6:ଉମରକୋଟ କୁ ସବଡ଼ିଭିଜନ ମାନ୍ୟତା ଏବଂ ଉମରକୋଟ ଠାରେ ବ୍ଲଡ଼ ବ୍ୟାଙ୍କ ପ୍ରତିଷ୍ଠା କରିବା ଏଭଳି 6ଗୋଟି ଦାବି କୁ ନେଇ ବନ୍ଦ ଡାକରା ଦିଆଯାଇଥିବା ସହ ଆଗାମୀ ଦିନରେ ଉକ୍ତ ଦାବି ଗୁଡିକ ପୂରଣ ନ ହୁଏ ତାହାହେଲେ ବିଜେପି ଦଳ ଆନ୍ଦୋଳନ ରେ ଓଲ୍ହାଇବ ବୋଲି ସୂଚନା ଦେଇଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ!(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)