ସୁଣ୍ଡିଢାମୁଣୀ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ଅନୁଷ୍ଠିତ….
ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସୁଣ୍ଡିଢାମୁଣୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ପାରୀକ୍ଷିତି ସରପଞ୍ଚ ଭାସ୍କର କାଡ୍ରାକା, ସମିତି ସଭ୍ୟା କମଳ ଲୋଚନ ମୁଟ୍ଟିକାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ,୧୨ ଟି ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ,ସ୍ଥାନୀୟ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ସହ ବରିଷ୍ଠ ନେତା ଗଗନ ବିହାରୀ ଆଚାର୍ଯ୍ୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନବୀନ ପିପ୍ପଳୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବର୍ତ୍ତ,ମକର ଧ୍ୱଜ ଧୋବା, ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ବିଭାଗ ସମ୍ପର୍କିତ କାର୍ଯ୍ୟକ୍ରମ ଗୁଡ଼ିକର ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ର ଉକ୍ତ ଶିବିରରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କୁ ସଚେତନତା କରାଇଥିବା ବେଳେ ପାଲୁପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ସମନ୍ୱିତ ଶିଶୁ ବିକାଶ ଯୋଜନା, ମିଶନଶକ୍ତି, ରାମନାଗୁଡା ପକ୍ଷରୁ ସଚେତନତାମୂଳକ ଷ୍ଟଲ ଖୋଲାଯାଇଥିବା ବେଳେ ମିଶନଶକ୍ତି ଷ୍ଟଲରେ ସ୍ବୟଂ ସହାୟିକ ଗୋଷ୍ଠୀ ମାନଙ୍କ ଦ୍ବାରା ଷ୍ଟ୍ରୋବେରୀ ,ପାରମ୍ପରିକ ପିଠା ଆଦି ପ୍ରସ୍ତୁତ କରି ପ୍ରଦର୍ଶିତ କରାଯାଇଥିଲା। ସେହିପରି ଟାସ୍କି ,କରଡା ସ୍ବୟଂ ସହାୟିକ ଗୋଷ୍ଠୀର ମହିଳାମାନେ ଷ୍ଟ୍ରବେରୀ ଚାଷ କରି ମହିଳା ମାନେ ସ୍ବାବଲମ୍ବୀ ହୋଇଥିବାରୁ ସେମାନଙ୍କୁ ମାନପତ୍ର ପୁରସ୍କାର ଦେଇ ସମ୍ବର୍ଦ୍ଧତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ରାଜ୍ୟସରକାରଙ୍କ ପକ୍ଷରୁ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟରେ ସୁଣ୍ଡି ଧାମୁଣି ପଞ୍ଚାୟତରେ ୧୭ ଟି ପ୍ରକଳ୍ପ ପାଇଁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୪୯୪ ହିତାଧିକାରୀ ଏଥିରେ ହୋଇଛନ୍ତି ,କାଳିଆ ଯୋଜନାରେ ୧୦୪୨ ପରିବାର କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ୩୫୫ ଜଣ ହିତାଧିକାରୀ ଙ୍କୁ ସାମାଜିକ ସୁରକ୍ଷା ଭତା ରେ ଉପକୃତ ହୋଇଛନ୍ତି ,ମିଶନ ଶକ୍ତି ମାଧ୍ୟମରେ ୩୩ ଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ୯୨.୪ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ପ୍ରଦାନ କରାଯାଇଥିବା ବେଳେ ୧୪୯୪ ପରିବାର କୁ ରେସନ କାର୍ଡ ରେ ଅନ୍ତର୍ଭୁକ୍ତ କରାଯାଇଛି ଓ ୪୭୪ ଗର୍ଭବତୀ ମହିଳା ଙ୍କୁ ମମତା ଯୋଜନାରେ ସହାୟତା ରାଶି ପ୍ରଦାନ କରିଛନ୍ତି ସେହିପରି ବ୍ଲକ ରେ ପ୍ରଥମ ଥର ପାଇଁ ସୁଣ୍ଡି ଧାମୁଣି ପଞ୍ଚାୟତ ରେ ଲୋକଙ୍କ ସୁବିଧା ପାଇଁ ଆମ ବ୍ୟାଙ୍କ ସେବା ଆରମ୍ଭ କରାଯାଇଛି, ବାଟପୁଲିସି ଉଚ୍ଚ ବିଦ୍ୟାଳୟକୁ ୫ଟିରେ ଅନ୍ତର୍ଭୁକ୍ତ କରାଯାଇ ରୂପାନ୍ତରିତ କରାଯାଇଛି, କରଡ଼ା ରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ଦ୍ୱାରା ତେନ୍ତୁଳି କେକ ପ୍ରସ୍ତୁତି କରାଯାଇଥିବା ନେଇ ଉପସ୍ଥିତ ଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଅଶ୍ବିନୀ ତ୍ରିପାଠୀ ଓ କେନ୍ଦୁଗୁଡା ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିଲ୍ଲୀପ ଚୌଧୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ସରପଞ୍ଚ ଭାସ୍କର କାଡ୍ରାକା, ସମିତି ସଭ୍ୟ କମଳ ଲୋଚନ ମୁଟ୍ଟିକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସମସ୍ତ ଏମ୍ବିକେ, ସିଆରପି ମାନେ ସହଯୋଗ କରିଥିଲେ ।।
(ରିପୋର୍ଟ ସଞ୍ଜିବ କୁମାର ଦାଶ)