November 24, 2024

ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଓ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ…

Share

 

 

ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଠାରେ ବିଶ୍ଵ ଓଡିଆଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଶୁଭ ଉଦ୍ଘାଟନୀ ଉତ୍ସବ ପାଳିତ ହୋଇଯାଇଛି। ପେଣ୍ଡରାଣୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ଅନୀଲ କୁମାର ମିଶ୍ର ଏହି କାର୍ଯ୍ୟକ୍ରମ ର ସଭାପତିତ୍ବ କରିଥିଲେ। ଓଡ଼ିଆ ଭାଷାକୁ ବିଶ୍ଵ ସ୍ତରରେ ପହଞ୍ଚାଇବା ସଙ୍ଗେ ସଙ୍ଗେ ଏହାର ବ୍ୟାପକ ବ୍ୟବହାର କରିବା ସହ ଏହାର ସ୍ବର୍ଣ୍ଣମ ଇତିହାସ କୁ ନେଇ ଗର୍ବ କରିବାର ବିଶେଷ ମୂହୁର୍ତ୍ତ ଆସିଯାଇଛି। ରାଜ୍ୟର ଯୁବଗୋଷ୍ଠୀ ଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସରକାର ପ୍ରଣୟନ କରିଥିବା ନୂଆ-ଓ କାର୍ଯ୍ୟକ୍ରମ ଅଧିନରେ ରାଜ୍ୟର ଯୁବପିଢି ନିଜର ଅନ୍ତର୍ନିହିତ ପ୍ରତିଭା,ସୃଜନ ଶୀଳତା ଓ ମୂଲ୍ୟବୋଧ ପ୍ରଦର୍ଶନ କରିବା ପାଇଁ ନିମନ୍ତ୍ରିତ ଅତିଥି ମାନେ ନିଜ ନିଜ ମତ ଦେଇଥିଲେ । ଶିକ୍ଷାବିତ ତଥା କବି ପ୍ରଫୁଲ୍ଲ କୁମାର ରାଉତ, ପ୍ରଧ୍ୟାପକ ସୋରଜକାନ୍ତ ପଟ୍ଟନାୟକ, ଶାନ୍ତିଲତା ମହାନ୍ତି, ଆଇନଜୀବି ତଥା ସାହିତ୍ୟିକ ଶ୍ରୀନିବାସ ପଟ୍ଟନାୟକ ଓ ଚନ୍ଦନା ମଲ୍ଲିକ ପ୍ରମୁଖ ଯୋଗଦେଇ ଯୁବବର୍ଗ ଙ୍କୁ ଦାୟିତ୍ୱବାନ ଓ ପାରଦର୍ଶୀ ହେବା ନିମନ୍ତେ ଉତ୍ସାହିତ କରିବା ସେମାନଙ୍କୁ ନିଜନିଜ ଭବିଷ୍ୟତ ଗଢିତୋଳିବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ପ୍ରଧ୍ୟାପକ ଶେଷାନନ୍ଦ ମିଶ୍ର ପରିଚାଳନା କରିଥିବା ସହ ଓଡ଼ିଶାର ପରମ୍ପରା ପ୍ରତିକ ତଥା ଲୋକଙ୍କ ପାଇଁ ଗର୍ବପ୍ରେରଣା ଓ ଶ୍ରଦ୍ଧାର ଉତ୍ସ ପାଲଟିଥିବା ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ରବିନ୍ଦ୍ର ମିଶ୍ର, ଦିବାକର ପଟ୍ଟନାୟକ, ଚିନ୍ମୟ ରାଉତ, ସମିର ମହାନ୍ତି, ପ୍ରମୁଖ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ
ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)