November 23, 2024

ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ–୨୦୨୩ ର ଉଦଯାପନ ସମାରୋହ

Share

 

ଭୁବନେଶ୍ୱର ଠାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଣି ପଞ୍ଚାୟତ ପକ୍ଷ -୨୦୨୩ର ରାଜ୍ୟ ସ୍ତରୀୟ ଉଦଯାପନ ସମାରୋହରେ ଉପସ୍ଥିତ ରହି ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ଠିକ ସମୟରେ ପହଞ୍ଚାଇବା ସହ କୃଷକମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ଅଧିକାରୀ ମାନେ କାର୍ଯ୍ୟ ସମ୍ପାଦନ କରିବାକୁ କହିବା ସହ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବିଭାଗୀୟ ସଚିବ ଅନୁ ଗର୍ଗ ଙ୍କ ସମେତ ବିଭାଗୀୟ ଇଞ୍ଜିନିଏର-ଇନ ଚିଫ ଇଂ. ଭକ୍ତ ଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପାଣି ପଞ୍ଚାୟତ ପକ୍ଷ ର ଉଦେଶ୍ୟ ସମ୍ପର୍କରେ ଅଧିକାରୀ ଙ୍କ ସମେତ ଉପସ୍ଥିତ ଚାଷୀ ମାନଙ୍କୁ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସମୟରେ ଉନ୍ନତମାନର କାର୍ଯ୍ୟ ସମ୍ପାଦନ କରି ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀ ଙ୍କ ଠାରୁ ପୁରସ୍କୃତ ହୋଇଥିଲେ।ସେହିପରି ଉନ୍ନତ ମାନର ଚାଷ କରି ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକର ରୂପାସିଂ ଗ୍ରାମର ଚାଷୀ ପୁରୁଷୋତ୍ତମ ମଣ୍ଡଳ ଭଲ ଚାଷୀ ଭାବେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପୁରସ୍କାର ଗ୍ରହଣ କରି ଖୁସି ଥିବା ପ୍ରକାଶ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଭଲ ଚାଷ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମନ ଦେବୀ ବୋଲି କହିଛନ୍ତି।ସେହିପରି ଗଜପତି ଜିଲ୍ଲା ମୋହନା ବ୍ଲକର ଅଡବା ଠାରେ ଥିବା ହରଭଙ୍ଗୀ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଭଲ ଉନ୍ନତ ମାନର ପ୍ରକଳ୍ପ ଭାବେ ପୁରସ୍କୃତ ହୋଇଛନ୍ତି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଇଂ. ରାଜୀବ ପଣ୍ଡିତ, ତତ ସଙ୍ଗେ ସଙ୍ଗେ ଭଲ ଇଞ୍ଜିନିୟର ଭାବେ ସେହି ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ଆଲୋକ ପ୍ରଧାନ ପୁରସ୍କୃତ ହୋଇଛନ୍ତି।ଏହା ସହ ଗଞ୍ଜାମ ଜିଲ୍ଲାର ଘୋଡାହାଡ଼ ଜଳ ସେଚନ ପ୍ରକଳ୍ପ ଭଲ ପ୍ରକଳ୍ପ ଭାବେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ସଞ୍ଜୟ କୁମାର ଦାସ ଶର୍ମା ପୁରସ୍କାର ଗ୍ରହଣ କରିଛନ୍ତି।ସର୍ବପରି ଏହି ସବୁ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ କରିବା ସହ ଠିକ ସମୟରେ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କୁ ଦିଗଦର୍ଶନ ଦେଇ କାର୍ଯ୍ୟ କରିଥିବା ଗଜପତି ଜିଲ୍ଲା ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ନଗେନ୍ଦ୍ର ନାଥ ମହାରଣା ଙ୍କୁ ଗଜପତି ଜିଲ୍ଲାବାସୀ ରାଜ୍ୟ ସ୍ତରୀୟ ଉତ୍ସବରେ ବିଭିନ୍ନ ଦିଗରେ ଉନ୍ନତ ମାନର ପଦର୍ଶନ କରିଥିବାରୁ ସୁବେଛା ସହ ସାଧୁବାଦ ଜଣାଇଛନ୍ତି।