April 26, 2026

କେନ୍ଦ୍ର ସରକାରଙ୍କ ଚାଉଳ ଉଛେଦକୁ ନେଇ ବିଜେଡିର ଗଣଧାରଣା

IMG-20230216-WA0007
Share

 

ଉଲୁଣ୍ଡା – କେନ୍ଦ୍ର ସରକାରଙ୍କ ‌ଚାଉଳ‌ ଉଛେଦ ନିତିକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଚମ୍ପାମାଲ, ହିଲୁଙ୍ଗ,ଉଫୁଲା, ବାଗବର, ଜଟେସିଂହା ଗ୍ରାମ ପଞ୍ଚାୟତ ସମ୍ମୁଖରେ ବିଜୁ ଜନତା ଦଳର ବହୁ ସଂଖ୍ୟକ କର୍ମୀ ଗଣଧାରଣା ଦିଆଯାଇଥିବା ଜଣାଯାଇଛି l କେନ୍ଦ୍ର ସରକାର ୫ କେ. ଜି ଚାଉଳ କାଟି ଦେଇଥିବା ଅଭିଯୋଗ କରିଥିଲେ l ଉକ୍ତ ଧାରଣା ସମୟରେ ବରିଷ୍ଠ ବିଜେଡି ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୟମ୍ଭୁ ନାଥ ଖଣ୍ଡଗିରି, ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ସରପଞ୍ଚ ଶ୍ରୀୟା ମହାକୁର, ହିଲୁଙ୍ଗ ସରପଞ୍ଚ ବନିତା ସେଠି, ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ଯୁବନେତା ପର୍ଶୁରାମ ଦେହୁରୀ, ସମିତି ସଭ୍ୟ ଶୈଳ ରଞ୍ଜନ ବାଦୀ, ଜଟେସିଂହା ପଞ୍ଚାୟତ ସରପଞ୍ଚ ସୁନିତା ପଧାନ,ବାଗବର ପଞ୍ଚାୟତ ସରପଞ୍ଚ ନିରୁପମା ବଗର୍ତ୍ତି, ଶେଷଦେବ ବାରିକ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l