April 24, 2026

ମା ବୁଢୀ ଭୂୟାଁଣୀ ଓ ମଣ୍ଡନ ଗିରି ପୀଠରେ ମକର ଉତ୍ସବ ପାଳନ….

gfdtfy
Share

ବୋଲଗଡ଼,ବୋଲଗଡ଼ର ମା ବୁଢୀ ଭୂୟାଁଣୀ ଙ୍କ ପୀଠରେ ପଞ୍ଚମ ମକର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ଏହି ଅବସରରେ ମା ଙ୍କ ପୀଠରେ ଅଧିବାସ,ହୋମ ନାମ ସଂକୀର୍ତ୍ତନ ଓ ମକର ଚାଉଳ ଓ ଚସୁମୀ ଭୋଗ ଲାଗି ହୋଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ପୃଷ୍ଠପୋଷକ ଭାବେ ଗୌରାଙ୍ଗ ଚମ୍ପତି,ବଳରାମ ମାର୍ଥା, ଶ୍ୟାମସୁନ୍ଦର ପ୍ରଧାନ, ଭରତ ବାହୁବଳେନ୍ଦ୍ର, ଜଗନ୍ନାଥ ସିଂ ପ୍ରମୁଖ ଆୟୋଜନ କରିଯାଇଥିଲେ। ସେହିପରି ବୋଲଗଡ଼ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଣ୍ଡନଗିରି ବା ମୁଣ୍ଡିଆପଡା ର ରଘୁନାଥ ଦେବଙ୍କ ପୀଠରେ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସେଠାରେ ବାବା ପ୍ରଗ୍ନ୍ୟାନନ୍ଦ ମହାରାଜା ଙ୍କ ତତ୍ୱାବଧାନରେ ପୂର୍ବାହ୍ନ ରେ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ପାଠକରାଯାଇ ମକରସଂକ୍ରାନ୍ତି ଅବସରରେ ମକର ଚାଉଳ ଲାଗି କରାଯାଇଥିଲା। ଏହି ମକର ମିଳନ ରେ ବିଭିନ୍ନ ଅଞ୍ଚଳରୁ ସତାଧିକ ଶ୍ରଦ୍ଧାଳୂ ସମାଗମ ହୋଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)