ବୁଦ୍ଧଖୋଲ ମହୋତ୍ସବର ଦ୍ବିତୀୟ ଦିବସ , ସ୍ମରଣିକା ଉନ୍ମୋଚିତ , ବିଷ୍ଣୁ -ଅମ୍ରିତା-ସାଗରିକାଙ୍କ ଗୀତରେ ଝୁମିଲେ , ରବିନ୍ଦ୍ର-ସତ୍ଯ-ସତ୍ଯବ୍ରତଙ୍କ ବ୍ଯଙ୍ଗରେ ହସିଲେ
ବୁଗୁଡ଼ା : ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଐତିହାସିକ ଶୈବପୀଠ ବୁଦ୍ଧଖୋଲର ପାଦଦେଶରେ ଆୟୋଜିତ ତ୍ରିଦିବସୀୟ ବୁଦ୍ଧଖୋଲ
ମହୋତ୍ସବର ଦ୍ବିତୀୟ ଦିବସ କାର୍ଯ୍ୟକ୍ରମ ବର୍ଣ୍ଣାଢ୍ଯ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ରାଜ୍ଯ ଯୋଜନା ବୋର୍ଡ ଅଧ୍ୟକ୍ଷ ଡ.ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟକ , ମୁଖ୍ୟ ଅତିଥି ଅତିଥି ଭାବେ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ , ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଗୋଲାପ ସାହୁ , ବୁଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି , ବନଖଣ୍ତ ଅଧିକାରୀ ପ୍ରଦୀପ କୁମାର ମିଶ୍ର , ସମ୍ମନ୍ବିତ ଶିଶୁ ବିକାଶ ଅଧିକାରୀ ବବିତା କୁମାରୀ ପଣ୍ଡା , ଅଗ୍ନିଶମ ଅଧିକାରୀ ସଞ୍ଜୟ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ଅତିଥିଗଣଙ୍କ ଦ୍ବାରା “ବୁଦ୍ଧଖୋଲ ମହୋତ୍ସବ ସ୍ମରଣିକା-୨୦୨୪”ର ଉନ୍ମୋଚନ ସାଙ୍ଗକୁ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷା-୨୦୨୩ର କୃତି ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କାଳରେ ଖ୍ଯାତନାମା ଗାୟକ ବିଷ୍ଣୁ ମୋହନ କବି, ଗାୟିକା ଅମ୍ରିତା ନାୟକ ଓ ସାଗରିକାଙ୍କ ସଙ୍ଗୀତରେ ଦର୍ଶକ ଝୁମି ଉଠିଥିବା ବେଳେ ଦି ଗ୍ରେଟ୍ ଓଡିଶା ପଲିଟିକାଲ୍ ସର୍କସର ବ୍ଯଙ୍ଗକାର ରବିନ୍ଦ୍ରଙ୍କ ସାଙ୍ଗକୁ ହାସ୍ୟାଭିନେତା ସତ୍ଯ ଓ ସତ୍ଯବ୍ରତଙ୍କ କୌତୁକିଆ କଥାରେ ଲୋକେ ହସି ହସି ବେଦମ୍ ହୋଇ ପଡିଥିଲେ । ଏଥି ସହ ପୋଲସରାର କଳା କ୍ଷେତ୍ର , କରଚୁଲିର ନାଟ୍ଯ ସଂଘ ଓ ଲକ୍ଷ୍ମୀ ନାରାୟଣ ଦାସ କାଠିଆ , ସୋଲଣ୍ଡିର ସନ୍ତୋଷୀ ନାଟ୍ଯ କଳା ସଂଘ , କାନକୁଟୁରୁ ଶିବକାଳୀ ଢୋଲ ଚାଙ୍ଗୁ ପାର୍ଟି , ଲୋଚାପଡାର ରାମଲୀଳା , ବୁଗୁଡ଼ାର ରୋଗୟାଲ୍ ଡ୍ଯାନ୍ସ ଗ୍ରୁପ୍ , ଶ୍ରୀକର ଭଞ୍ଜ ଓପନ୍ ୟୁନିଟ୍ , ବୁଗୁଡ଼ାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନିୟୁ ଏରା ପବ୍ଲିକ୍ ସ୍କୁଲ , ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ , ଭୁବନେଶ୍ବର ନାଟ୍ଯ ସଂସ୍ଥା, ଭାମଶ୍ୟାଳିର ଯୋଡି ଶଙ୍ଖ ଓ ଆଦିପୁରର ମା ଠାକୁରାଣୀ ବାଘ ବୃଷଭ ନୃତ୍ୟ ଇତ୍ଯାଦି ପକ୍ଷରୁ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମନ ଭରି ଉପଭୋଗ କରିଥିଲେ । ଉକ୍ତ ଉତ୍ସବରେ ଉପସ୍ଥାପକ ଭାବେ କାହ୍ନୁ ଚରଣ ନାୟକ ଯୋଗ ଦେଇ ସାସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ ଓ ସମ୍ପାଦକ ବିଶ୍ବ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।