ଭାଗ ବେଗମୟ ପରିବେଶ ଭିତରେ ପରିକ୍ରମା ରଥ କୁ ବିପୁଳ ସ୍ଵାଗତ …
ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରିଆନା ଗ୍ରାମପଞ୍ଚାୟତ ରେ ଭ୍ରମଣ କରୁଥିବା ଜଗନ୍ନାଥ ମନ୍ଦିର ପ୍ରକଳ୍ପ ରଥକୁ ଗ୍ରାମ ମାନଙ୍କରେ ବିପୁଳ ଭାବାବେଗ ମୟ ସ୍ଵାଗତ ସମ୍ବର୍ଦ୍ଧନା ମିଳିଥିବା ଦେଖିବାକୁ ମିଳିଛି । ରଥ ପ୍ରଥମ ଦିବସରେ କଣମଣ ଗ୍ରାମରେ ପହଞ୍ଚିଲା ପରେ,ସରପଞ୍ଚ କ୍ଷୀରୋଦ କଣ୍ଡୀ ଙ୍କ ସମେତ ରଥ ସହ ସଂପୃକ୍ତ ଥିବା କର୍ମଚାରୀ ମାନଙ୍କୁ ଗ୍ରାମବାସୀ ତଥା ମହିଳା ଦଳ ମାନେ ଫୁଲମାଳ,ଧୂପ ଦୀପ ଆଦି ଦେଇ ସ୍ବାଗତ କରିବା ସହ, ସଂକିର୍ତନ ମଣ୍ଡଳୀ ଦ୍ବାରା ଗ୍ରାମକୁ ପାଛୋଟି ନେଇଥିଲେ । ଗ୍ରାମ ରେ ରଥ ପହଞ୍ଚିଲା ପରେ,ଗ୍ରାମର ଅନନ୍ତ ବାସୁଦେବ ମନ୍ଦିର ନିକଟରେ ରଥ ସ୍ଥାନିତ ହେବା ପରେ ମହିଳା ମାନେ ଶୁଧ ପୂତ ଭାବେ ରଥ ନିକଟକୁ ଆସି,ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରିବା ସହ,ଅରୁଆ ଚାଉଳ,ଗୁଆ,ଓ ନଡ଼ିଆ ଦେଇ ମୁଣ୍ଡିଆ ମାରି ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଜଗନ୍ନାଥ ପ୍ରକଳ୍ପ ସମାବେଶରେ ସାମିଲ ହେବେ ବୋଲି ନିଷ୍ପତି ନେଇଥିଲେ । ସେହି ପରି ରଥ ଟି ସେଠାରୁ ବାହାରି ବଳଭଦ୍ରପୁର,ଶୁଧିକେଶ୍ୱର୍,ସହନ,ଗୁଣ୍ଡଳବା,ଆଦି ଗ୍ରାମ ପରିକ୍ରମା କରି ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ସହ ନଡ଼ିଆ ଗୁଆ ଆଦି ସଂଗ୍ରହ କରିଥିବା ବେଳେ,ଶନିବାର ଦିନ ଗୁଣ୍ଡଳବା, ଶ୍ରୀବନ୍ତପୁର,ପାପିରା, ଦଳୁଆକଣି,ଅଣକଣା ଆଦି ଗ୍ରାମ ବୁଲୀ, ଶାନ୍ତ ପରିବେଶ ଭିତରେ ମା ମାନଙ୍କ ଠାରୁ ବିପୁଳ ଭାବେ ସମ୍ବର୍ଦ୍ଧନା ପାଇବା ସହ ଗୁଆ,ଅରୁଆ ଚାଉଳ ,ଓ ନଡ଼ିଆ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ପାଇଁ ସଂଗ୍ରହ କରିଛି । ସବୁ ଗ୍ରାମରେ ରଥଙ୍କୁ ବିପୁଳ ସ୍ୱାଗତ ସହ,ଭଜନ ,କୀର୍ତ୍ତନ ଧୂପ ଦୀପ ର ସମ୍ଭାରରେ ଗ୍ରାମ ପରିବେଶ ମୁଖରିତ ହୋଇ ଉଠୁଥିଲା । ଦାନ ସୂତ୍ରରେ ସଂଗୃହିତ ହୋଇଥିବା ପଦାର୍ଥ ଗୁଡ଼ିକୁ ସରପଞ୍ଚ କ୍ଷୀରୋଦ କାଣ୍ତୀ ଙ୍କ ଜିମା ନିମାରେ ସମୁଦ୍ର ବେଳାଭୂମି ନିକଟରେ ଅବସ୍ଥିତ ଗୋ,ମୁଖି କେଶବ ଙ୍କ ଭଣ୍ଡାର ମଧ୍ୟରେ ରଖାଯାଇ ଅଛି । ଏହି ସବୁ କାର୍ଯ୍ୟକ୍ରମ ରେ ସାମ୍ବାଦିକ ଦୁଃଶାସନ ନାୟକ,ଅମିନ ବିଶ୍ଵାଳ,ଭିକାରୀ ବେହେରା,ଅନନ୍ତ ନାୟକ,ସୁଲୋଚନା ରାଉତ, ମିତାରଣି ବେହେରା,କଳ୍ପନା ସାହୁ,ଆଦି ସାମିଲ ଥିବା ବେଳେ,ମା ଶାତିମା କୀର୍ତ୍ତନ ମଣ୍ଡଳୀ,ନାରାୟଣୀ ସଙ୍କୀର୍ତ୍ତନ ମଣ୍ଡଳୀ, ପାପୀରା, ଗୁଣ୍ଡଳବା,ଆଦି ଗ୍ରାମର ସଂକ୍ରିତନ୍ ମଣ୍ଡଳୀ ମାନେ ସାମିଲ ଥିଲେ ।
(ଦୁଃଶାସନ ନାୟକ,ଅସ୍ତରଙ୍ଗ)