March 13, 2026

ସ୍ୱାମୀ ବିବେକାନନ୍ଦ ସେବା ସଂଘ ତରଫରୁ ସ୍ୱାମୀଜୀଙ୍କ ଜୟନ୍ତୀ ପାଳିତ…

jhgj
Share

 

ସ୍ୱାମୀ ବିବେକାନନ୍ଦ ସେବା ସଂଘ ଆଙ୍କୁଶପୁର ତରଫରୁ ସ୍ଥାନୀୟ ନୋଡାଲ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵାମୀ ବିବେକାନନ୍ଦଙ୍କର ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଉପେନ୍ଦ୍ର ନାଥ କର ଯୋଗଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ କେ. କୃଷ୍ଣମୂର୍ତ୍ତି ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ପଣ୍ଡା, ବିଶିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ନାରାୟଣ ମାହାଙ୍କୁଡ଼, ସମାଜସେବୀ ନରସିଂହ ସାହୁ, ରାମେଶ୍ୱରୀ ନନ୍ଦ ଉପସ୍ଥିତ ଥିବା ବେଳେ ସଂଘ ସଭାପତି ଅନିଲ କୁମାର ଚୌଧୁରୀ ପୌରହିତତ୍ଵ କରିଥିବା ବେଳେ ଅନୁଷ୍ଠାନ ସମ୍ପାଦକ ଡ଼ଃ. ସନ୍ୟାସୀ ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ସଙ୍ଘ କମିଟି ସଦଷ୍ୟ ମିଟୁ ସାହୁ, ସୋନୁ ସାହୁ, ଅଙ୍କିତ ମହାରଣା ଓ ଅନ୍ନ୍ୟାନ୍ୟ କମିଟି ସଦଷ୍ୟ ସହଯୋଗ କରିଥିଲେ। ତେବେ ଆଗନ୍ତୁକ ଅତିଥି ସ୍ୱାମୀଜୀଙ୍କର ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ପିଲାମାନଙ୍କୁ ସ୍ୱାମୀଜୀଙ୍କ ଜୀବନିରୁ ଅନୁପ୍ରାଣିତ ହୋଇ ଜୀବନରେ ଆଗକୁ ବଢି ଏକ ସଂସ୍କାରମୂଳକ ଚରିତ୍ର ଗଠନ ପାଇଁ ନିଜର ଅଭିମତ ରଖିଥିଲେ। (କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ)