ଗ୍ରାମ ପଞ୍ଚୟତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବୈଠକ….
କୁକୁଡ଼ାଖଣ୍ଡି ବ୍ଲକର ୨୨ ଗୋଟି ପଞ୍ଚାୟତର ସମସ୍ତ କର୍ମଚାରୀଙ୍କୁ ନେଇ ରବିବାର ଦିନ ସମୟ ୧୧ ଘଣ୍ଟା ସମୟରେ ମା ବୁଡ଼ିଘରା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଅଛି । ଏହି ବୈଠକରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କର ସ୍ଥାୟୀ ଚାକିରି ଓ ନିୟମିତ ଦରମା ବା ସମାନ କାମକୁ ସମାନ ଦରମା ସଂଘ ପକ୍ଷରୁ ଦାବି କରି ଆସିଅଛି। ହେଲେ ବର୍ତ୍ତମାନ ସରପଞ୍ଚ ମାନଙ୍କର ହାତଟେକା ଦରମା ୨୦୦,୫୦୦,୧୦୦୦, ଟଙ୍କା ପାରିଶ୍ରମିକ ମିଳୁଅଛି। ତଥାପି ଏହି ଦରମା କଷ୍ଟରେ ମାସ କୁ ମାସ ମିଳେ । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସକାଳ ୮ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଆମ୍ଭେ ଅଫିସ ଖାଲି ବସିଥାଉ । ଓଡ଼ିଶା ସରକାରଙ୍କ ପ୍ରତ୍ୟେକଟି କାମ କୁ ଗ୍ରାମପଞ୍ଚାୟତର ପିଅନ ମାନେ ସୁଚାରୁ ରୂପେ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରୁଛୁ । ଏ ଭଳି କି ଭର୍ତା ବଣ୍ଟନ ଠାରୁ ଆରମ୍ଭ କରି ଚାଉଳ ବଣ୍ଟନ, ଗ୍ରାମ ସଭା, ପଲ୍ଲୀ ସଭା, ଅତିଥ୍ ସତ୍କାର ଓ କୋଭିଡ ମହାମାରୀ ଭଳି ସମୟରେ ପିଲା ଛୁଆ ଙ୍କୁ ଘରେ ଛାଡ଼ି ରାଜ୍ୟ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟ ରେ ସହଯୋଗ କରିଅଛୁ । ତଥାପି ଓଡ଼ିଶା ସରକାର ଆମ୍ଭ ଉପରେ ଦୁଷ୍ଟି ପକଉନାହାନ୍ତି। ଏଣୁ ଆମ୍ଭ ମାନଙ୍କର ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଆମ ଓଡିଶା ନବୀନ ଓଡ଼ିଶା ଅଧ୍ଯକ୍ଷ ଭିକେ ପଣ୍ଡିଆନ ସର୍ ଙ୍କୁ ବିନମ୍ର ନିବେଦନ ଯେ ଆମ୍ଭର ଦାବି ସମ୍ପର୍କେ ଉଲ୍ଲେଖ କରିଛୁ । ୧ ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା, ୨. ସମାନ କାମକୁ ସମାନ ଦରମା, ୩. ୨୦୧୪ ମସିହା ୧୨୫ ନିୟମି ଓ ୧୯୬୪ ମସିହା ୧୨୩ ନୋ ଆଇନ କୁ ସଂଶୋଧନ, ୪. ରାଜ୍ୟ ଅତିରିକ୍ତ ବଜଟ ରେ ଏହି କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା, ୫. କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ମଜୁରୀ ଆମ୍ଭମାନଙ୍କ କ୍ଷେତ୍ରରେ ଲାଗୁ କରିବା, ୬. ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ ନିମନ୍ତେ ଲିଖିତ ଏ ସବୁ ଦାବି ଗୁଡ଼ିକ ରାଜ୍ୟ ସରକାର ପୂରଣ କରିଦେଲେ ଆମ୍ଭେ ଓଡ଼ିଶା ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଆପଣଙ୍କ ପାଖରେ ଚିର ରୁଣି ହୋଇ ରହିବୁ । ଆଗାମୀ ଦିନରେ ରାଜ୍ୟ ସରକାର ଆମ୍ଭ ମାନଙ୍କର ଏ ସବୁ ଦାବି ଗୁଡ଼ିକ ଯଦି ନମାନନ୍ତି ତେବେ ପ୍ରତ୍ୟେକ କର୍ମଚାରୀ ଚଳିତ ବର୍ଷ ହେବାକୁ ଥିବା ଏମ.ପି ଓ ଏମ.ଏଲ ଏ ଭୋଟ ବେଳେ ତୀବ୍ର ବିରୋଧ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କୁକୁଡାଖଣ୍ଡି ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତିରେ ସଭାପତି ଲକ୍ଷ୍ମୀକାନ୍ତ ମଲଣାଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା ଉକ୍ତ ସଭାରେ ରାଜ୍ୟ ସହ-ସମ୍ପାଦକ ତଥା ଜିଲ୍ଲା ସମ୍ପାଦକ ତାରିଣି ଚରଣ ଭୂୟାଁ, ବ୍ଲକ ସମ୍ପାଦକ ପ୍ରମୋଦ କୁମାର ଦାସ, ସହ ସମ୍ପାଦକ ସୁନିଲ ବେହେରା, କୋଷାଧ୍ୟକ୍ଷ ଏ.ଚକ୍ରପାଣି, ସଂଯୋଜକ ଲକ୍ଷ୍ମୀ ଦଳାଇ , ଲିଲି ନାୟକ, କୃଷ୍ଣ ଚନ୍ଦ୍ର ମହାରଣା , କାମେଶ୍ୱର ଗୌଡ , ଦେବରାଜ ଜେନା , ସନ୍ତୋଷ ବେହେରା ,କରୁଣା ମଲ୍ଲିକ , ସୁଦଷ୍ଣା ଡାକୁଆ , ପାଣ ବରଡ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ସଭାପତି ଲକ୍ଷ୍ମୀକାନ୍ତ ମଲଣା ସଭା ଶେଷ କରିଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ