June 18, 2026

କୁକୁଡାଖଣ୍ଡିରେ କିଶୋରୀ ମେଳା ଅନୁଷ୍ଠିତ….

jhguygy
Share


କୁକୁଡାଖଣ୍ଡି ବିଜୁ ପଟ୍ଟନାୟକ ବାଳିକା ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଶନିବାର ଦିନ ମୁଖ୍ୟ ମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ସୋପାନ ରେ କିଶୋରୀ ମେଳା ଅନୁଷ୍ଠିତ ହୋଇଥିଲା। ଏହି ମେଳା ରେ କୁକୁଡାଖଣ୍ଡି ସିଡିପିଓ କୁସୁମ କୁମାରୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ସୁପରଭାଇଜର ଲିଜା ସେଠୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏଥିରେ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ କେ.କ୍ରିଷ୍ଣା କୁମାରୀ , ଯାଞ୍ଚ କମିଟି ସଦସ୍ୟ ନିତ୍ୟାନନ୍ଦ ଦଳାଇ, ଓ୍ୱାର୍ଡ ମେମ୍ବର ଏ. କ୍ଷେତ୍ରବାସୀ ମଞ୍ଚରେ ଉପସ୍ଥିତ ଥିଲେ। ଏଥିରେ ଅଙ୍ଗନୱାଡି କର୍ମୀ ଡି. ସୁନିତା, ରଜନୀ ଜେନା, ବବିତା ପରିଡା, ସୁଦଷ୍ଣା ରଣା, ସୁଜତା ସାହୁ, ପି. ଉଷା ରାଣୀ, ରିନୁ ସାହୁ, ପ୍ରତିମା ଷଡ଼ଙ୍ଗୀ, A ଲକ୍ଷ୍ମୀ ଦେବୀ, ରଶ୍ମିତା ପଟ୍ଟନାୟକ, ଲୀନା ଦେବୀ ଏବଂ ସ୍ବାସ୍ଥ୍ୟ କର୍ମୀ ଲକି ନାୟକ, ସତ୍ୟବ୍ରତ ସାସମଲ, ଏ. ଶ୍ରାବଣୀ, ମହିଳା ଓ ଶିଶୁ ବିକାଶ ବିଭାଗ ରୁ ସନ୍ତୋଷ ଆଚାର୍ଯ୍ୟ, ବାପିନା ବିଷୋୟୀ, ନୀଳାଞ୍ଚଳ ସାହୁ, ସାଗରିକ ଦେବୀ, ରଙ୍କନିଧି ଆଚାର୍ଯ୍ୟଙ୍କ ସମେତ ସମସ୍ତ ଆଶା କର୍ମୀ ଓ କିଶୋରୀ ବାଳିକା ମାନେ ଉପସ୍ଥିତି ଥିଲେ l ସରକାରଙ୍କ ଦ୍ଵାରା ଶୁଭା ଆରମ୍ଭ ହୋଇଥିବା ମୁଖ୍ୟ ମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ରେ କଣ କଣ ସୁବିଧା ଅନ୍ତର୍ଭୁକ୍ତ ରହିଛି ସେ ବିଷୟରେ ସିଡିପିଓ ସାହୁ ବୁଝାଇ କହିଥିବା ବେଳେ କିଶୋରୀ ମାନେ ସେହି ସୁବିଧା ପାଇ ପାରୁଛନ୍ତି ନା ନାହିଁ ପଚାରି ବୁଝିଥିଲେ । ଏହା ସହ advika କର୍ଯ୍ୟକ୍ରମ ଦ୍ଵାରା କିଶୋରୀ ମାନେ ପାଉଥିବା ସୁବିଧା ବିଷୟରେ କହିଲା, ସମସ୍ତ କିଶୋରୀ ମାନଙ୍କର health checkup କରାଗଲା, ମେଳା ରେ ବିଭିନ୍ନ ପ୍ରକାର ଷ୍ଟଲ ର ଆୟୋଜନ କରା ଯାଇଥିଲା ତଥା ମମତା ଷ୍ଟଲ ଆଦ୍ଵିକ ଷ୍ଟଲ mspy and THR ଷ୍ଟଲ, ହାତ ତିଆରି ଖେଳନା ଷ୍ଟଲ, ସୂପୋଷନ ଷ୍ଟଲ,,। କିଶୋରୀ ମଙ୍କ ଦ୍ଵାରା ବିଭିନ୍ନ ପ୍ରକାର ପ୍ରତିଯୋଗିତା କରା ଯାଇ ପୁରସ୍କୃତ କରାଗଲା। ପରିଶେଷରେ କିଶୋରୀ ମାନଙ୍କ ଦ୍ଵାରା ବାଲ୍ୟ ବିବାହ, ଭ୍ରୁଣ ହତ୍ୟା and ଅନ୍ଧ ବିଶ୍ବାସ ଏବଂ କୁସଂସ୍କାର ର ମୁଲାତ୍ପୋଟନ ପାଇଁ ଶପଥ ପାଠ କରାଗଲା। (କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ)

You may have missed