November 25, 2024
Share

➡️୧-ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି l ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ଣ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

➡️୨-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗୀର ଗସ୍ତ l ୨୩ ବର୍ଷର ସ୍ୱପ୍ନ ହେବ ସାକାର, ବଲାଙ୍ଗୀର ବାସୀଙ୍କ ଲାଇଫଲାଇନକୁ ମିଳିବ ଲାଇଫ । ବଲାଙ୍ଗୀର ଲୋୟର ସୁକତେଳ ପ୍ରକଳ୍ପକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

➡️୩-ତାମିଲନାଡୁରେ ପ୍ରଧାନମନ୍ତ୍ରୀ, ନୂଆ ବିମାନ ବନ୍ଦର ଉଦ୍‌ଘାଟନ ସହ ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର କଲେ ଶୁଭାରମ୍ଭ l

➡️୪-ଆସନ୍ତା ୬ ତାରିଖରୁ ବିଏସକେୱାଇ୍-ନବୀନ କାର୍ଡର ପଞ୍ଜିକରଣ ହେବ ଆରମ୍ଭ । ପଞ୍ଚାୟତ ସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ଆପଣ ମାନେ ପଞ୍ଜିକରଣ କରିପାରିବେ । ଏହି କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ।

➡️୫-OSSC ପକ୍ଷରୁ ବାହାରିଲା ବିଜ୍ଞପ୍ତି, ରାଜ୍ୟରେ ନିଯୁକ୍ତି ପାଇବେ କନିଷ୍ଠ ପ୍ରବର୍ତ୍ତନ ଅଫିସର l ଆସନ୍ତା ୧୬ ତାରିଖରୁ ଅନଲାଇନ୍ ମାଧ୍ୟମରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ହେବ ଆରମ୍ଭ l ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

➡️୬-ମହିଳା କର୍ମଚାରୀଙ୍କ ପାଇଁ ବଦଳିଲା ପେନସନର ନିୟମ, ଏଣିକି ବିବାହ ବିବାଦ ସହ ଜଡିତ ମାମଲାରେ ମହିଳା କର୍ମଚାରୀ ସ୍ବାମୀଙ୍କ ବଦଳରେ ନିଜ ପିଲାଙ୍କୁ ଫ୍ୟାମିଲି ପେନସନ ପାଇଁ ନୋମିନେଟ କରିପାରିବେ ।

➡️୭-ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ପ୍ରକଳ୍ପର କରିବେ ଲୋକାର୍ପଣ । ଏଥିପାଇଁ ପଶ୍ଚିମ ଓଡିଶାର ସବୁ ମନ୍ଦିରକୁ ଯିବ ନିମନ୍ତ୍ରଣ । ପରିକ୍ରମା ପ୍ରକଳ୍ପ ଭଳି ସମଲେଇ ପ୍ରକଳ୍ପର ମଧ୍ୟ ହେବ ଆୟୋଜନ l

➡️୮-କଳାହାଣ୍ଡି ଜିଲାରେ ଧାନ ଓ କପାର ଅଭାବି ବିକ୍ରିକୁ ନେଇ ଭାଜପା ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ ନ କରାଯିବାରୁ ଆସନ୍ତାକାଲି କଳାହାଣ୍ଡି ବନ୍ଦ ଡାକରା ଦିଆଗଲା l

➡️୯-ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ହେଲା ନିମନ୍ତ୍ରଣ l ଶ୍ରୀରାମ ଜନ୍ମଭୂମି ଅଭ୍ୟର୍ଥନା କମିଟି ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏକ ଟିମ୍ ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ନିମନ୍ତ୍ରଣ l

➡️୧୦-ନୂଆବର୍ଷରେ ବିଶ୍ୱର ବହୁଚର୍ଚ୍ଚିତ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ରେ ହେଲା ବଡ଼ ପରିବର୍ତ୍ତନ l ଏଣିକି ମାଗଣାରେ ହ୍ୱାଟ୍ସଆପ୍‌ ଚାଟ୍‌ ଓ ଭିଡିଓ ବ୍ୟାକଅପ୍‌ ରହିବ ନାହିଁ । ଅର୍ଥାତ ଗୁଗୁଲ ଡ୍ରାଇଭ୍‌ରେ ମିଳୁଥିବା ମାଗଣା ୧୫ ଜିବି ଷ୍ଟୋରେଜ୍‌କୁ ବନ୍ଦ କରିଦିଆଯିବ l

➡️୧୧-ଦୁଃଖ ଦେଇଗଲା ନୂଆବର୍ଷର ଦ୍ୱିତୀୟ ଦିନ । ନିଶ୍ଚିନ୍ତକୋଇଲି ନିକଟରେ ବସ୍-ଟ୍ରକ ମୁହାଁମୁହିଁ ଧକ୍କା । ଚାଲିଗଲା ୩ ଜୀବନ, ୪୦ ଜଣ ହେଲେ ଆହତ l ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଆହତ ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା କଲେ ଘୋଷଣା l

➡️୧୨-ହରେକୃଷ୍ଣ ମହାତବଙ୍କ ନାଁରେ ଜାରି ହେବ କଏନ । ମହାତବଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାର ଜାରି କରିବେ ଏହି କଏନ୍ ।

➡️୧୩-ପ୍ୟାକେଜ ସାମଗ୍ରୀକୁ ନେଇ ଲାଗୁ ହେଲା ନୂଆ ନିୟମ, ଏଣିକି ସମସ୍ତ କମ୍ପାନୀକୁ ପ୍ୟାକେଜ୍ ସାମଗ୍ରୀ ଉପରେ ଉତ୍ପାଦନ ତାରିଖ ସହିତ ୟୁନିଟ୍ ପିଛା ବିକ୍ରୟ ମୂଲ୍ୟ ଲେଖିବାକୁ ପଡିବ।

➡️୧୪-ଏଣିକି ‘ଗଣତନ୍ତ୍ର ଦିବସ ପ୍ୟାରେଡ଼’ ଦେଖିବା ପାଇଁ ଅନଲାଇନରେ ମିଳିବ ଟିକେଟ l ଆପଣ ଘରେ ବସି ନିଜ ମୋବାଇଲ କିମ୍ବା କମ୍ପ୍ୟୁଟର ଦ୍ୱାରା ଏହି ଟକେଟ ବୁକିଂ କରିପାରିବେ । ଅନଲାଇନ ବୁକିଂର ଅବଧି ଜାନୁଆରୀ ୧୦ ତାରିଖରୁ ଆରମ୍ଭ କରି ୨୫ ତାରିଖ ପର୍ଯ୍ୟନ୍ତ ରହିଛି ।

➡️୧୫-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ YS ଶର୍ମିଲା ଆସନ୍ତାକାଲି କଂଗ୍ରେସରେ ଯୋଗଦେବାର ସମ୍ଭାବନା ରହିଛି। YS ଶର୍ମିଲା ମଧ୍ୟ YSR ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି।

➡️୧୬-ଗ୍ରାମୀଣ ଟେଲିକମ୍‌ ଅଧ୍ୟକ୍ଷ ଭାବେ ଆଇନ ଉଲ୍ଲଂଘନ କରିଥିବାରୁ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଲେ ବାଂଲାଦେଶ କୋର୍ଟ l

➡️୧୭-ଜାପାନର ଟୋକିଓ ଏୟାରପୋର୍ଟରେ ଏକ ବିମାନ ଅବତରଣ କରୁଥିବାବେଳେ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ l ଘଟଣାରେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ବିମାନ ଅବତରଣ ସମୟରେ ଅନ୍ୟ ବିମାନ ସହ ଧକ୍କା ହେବା କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

➡️୧୮-ଦୁଇ ହଜାର ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲା ଆର୍‌ବିଆଇ l ଏବେ ବି ଲୋକଙ୍କ ପାଖରେ ୯୩୩୦ କୋଟି ଟଙ୍କା ମୂଲ୍ୟର ନୋଟ ଅଛି। ମୋଟ ୨ ହଜାର ଟଙ୍କିଆ ନୋଟ ମଧ୍ୟରୁ ଆରବିଆଇ ମୋଟ ୯୭.୩୮ ପ୍ରତିଶତ ନୋଟ ଫେରସ୍ତ କରିବାରେ ସକ୍ଷମ ହୋଇଛି।

➡️୧୯-ଆଜି କେପଟାଉନରେ ଦ୍ୱିତୀୟ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଟେଷ୍ଟ ମ୍ୟାଚର ଲାଇଭ ଷ୍ଟାର ସ୍ପୋର୍ଟସ ଚାନେଲରେ ଦେଖିପାରିବେ କ୍ରିକେଟପ୍ରେମୀ ।

➡️୨୦-ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି -୨୦ ସିରିଜରେ ଅଧିନାୟକତ୍ୱ ପଦ ସମ୍ଭାଳିବେ ରୋହିତ l ଦକ୍ଷିଣ ଆଫ୍ରିକା ସହିତ ଟେଷ୍ଟ ସିରିଜ ପରେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି -୨- ସିରିଜ ଖେଳିବ।

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ମା ସାରଦାମଣୀଙ୍କ ଜନ୍ମ ତିଥି ll
🔅ଆଜି ଶ୍ରୀ ଜାନକୀ ବଲାଭ ପଟ୍ଟନାୟକ ଜୟନ୍ତୀ ll
🔅ଆଜି ଅପମାନ ଦିବସ ll
🔅ଆଜି ମହିଳା ମୁକ୍ତି ଦିବସ, ‘ବାଳିକା ଦିବସ’ ମହାରାଷ୍ଟ୍ର ll
🔅ଆଜି ଆନ୍ତର୍ଜାତୀୟ ମନ-ଶରୀର ସୁସ୍ଥତା ଦିବସ ll
🔅ଆଜି ଶ୍ରୀ ସତୀଶ ଧାୱନ ସ୍ମୃତି ଦିବସ ll
🔅ଆଜି ମହିଳା Rock ଦିବସ ll

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll