April 28, 2026

ମୋହନା ଥାନା ଅଂଚଳରେ ୬୨ଏକର ଗଞ୍ଜେଇ ଚାଷ ନଷ୍ଟ କଲେ ପୋଲିସ …

jgkhoo
Share


ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସିକୁଳୀପଦର ଓ ଉଲଣ୍ଡା ଗ୍ରାମରେ ବେ-ଆଇନ ଚାଷ ହୋଇଥିବା ୬୨ଏକର ଗଞ୍ଜେଇ ନଷ୍ଟ କରିଛନ୍ତି ମୋହନା ପୋଲିସ। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଙ୍କ ନିର୍ଦ୍ଦେଶ ପ୍ରକାରେ ମୋହନା ପୋଲିସ ଏହି ଚଡ଼ାଉ କରି ଚାଷ ନଷ୍ଟ କରିଛନ୍ତି। ଏହି ଚଡାଉ ରେ ବନ ବିଭାଗ ଏବଂ ରାଜସ୍ବ ବିଭାଗ ସାମିଲ ଥିବା ଦେଖିବାକୁ ମିଳିଛି। ବେ- ଆଇନ ଚାଷରେ ସାମିଲ ଥିବା ଦୁଇ ଅଭିଯୁକ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏହି ଘଟଣାର ତଦନ୍ତ କରୁଥିବା ପ୍ରକାଶ।