November 23, 2024

ଡେଙ୍ଗାଶଖାଲ ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି  ୧୩୨ ଅଭିଯୋଗ , ୪୨ ଟିର ତତ୍କlଳ ସମାଧାନ

Share

 

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗାଶଖାଲ ପଂଚାୟତ ପରିସରରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ l ଏହି ଅଭିଯୋଗ ଶୁଣାଣିରେ ମୋଟ ୧୩୨ ଟି ଅଭିଯୋଗ ଆସିଥିଲା l ସେଥି ମଧ୍ୟରୁ ବ୍ୟକ୍ତିଗତ ୬୯ ଟି ଅଭିଯୋଗ ଥିବାବେଳେ ୬୩ ଟି ସାମୂହିକ ଅଭିଯୋଗ ଥିଲା l ସେଥି ମଧ୍ୟରୁ ୪୨ ଟି ଅଭିଯୋଗର ତତ୍କlଳ ସମାଧାନ କରlଯାଇଛି l ଅଭିଯୋଗ ଶୁଣାଣିରେ ପ୍ରକଳ୍ପ ନିର୍ଦ୍ଦେଶକ ରମାଞ୍ଚଳ ଖମାରୀ, ଅତିରିକ୍ତ ଏସପି ବାମ ଦେବ ସିଂ, ଏସ ଡି ପି ଓ ଦିଲ୍ଲୀପ କୁମାର ନାୟକ,ବିଡ଼ିଓ ତପସ୍ପିନି ହାଁସଦା, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଉପସ୍ଥିତ ଥିଲେ l ଏଥିରେ ବିଭିନ୍ନ ଅଞ୍ଚଳର ରାସ୍ତା, ପାନୀୟ ଜଳ, ବିଦୁତ୍, ବିଦ୍ୟାଳୟ କୋଠା, ଅଙ୍ଗନୱାଡ଼ି କେନ୍ଦ୍ର କୋଠା ନିର୍ମାଣ ପାଈଁ ଦାବି କରିଥିଲେ ଲୋକେ l ଏଥିରେ ରେଡକ୍ରସ ପକ୍ଷରୁ ୨୨ ଜଣକୁ ୩୨ ହଜାର ୫ ଶହ ଟଙ୍କା ପ୍ରଦାନ କରାଯାଇଛି l