September 21, 2024

ପଂଚାୟତ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ!

Share

 

ଉମରକୋଟ:ରାଜ୍ୟ ସରକାର ଙ୍କ “ନୂଆ- ଓ ଯୁବ ଓଡିଶା ନବୀନ ଓଡିଶା “ଜରିଆରେ ସମଗ୍ର ରାଜ୍ୟ ରେ ବହୁ ଉନ୍ନୟନ କାର୍ଯ୍ୟକ୍ରମ ସହ ପ୍ରତ୍ୟେକ ଜିଲ୍ଲାରେ କ୍ରୀଡା ପ୍ରତିଯୋଗିତା କରି ଜିଲ୍ଲା ମାନଙ୍କରେ ଥିବା ଯୁବ ଖେଳାଳି ପ୍ରତିଭା କୁ ଉତ୍ସ|ହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରୟାସ ଜାରି ରଖିଛନ୍ତି!ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର ବିଭିନ୍ନ ପଂଚାୟତ ରେ ପଂଚାୟତ ସ୍ତରୀୟ କ୍ରୀଡା ଉତ୍ସବ ର ଆୟୋଜନ କରାଯାଇଛି!ଏହି କ୍ରୀଡା ଉତ୍ସବ 20ତାରିଖ ରୁ ଆରମ୍ଭ ହୋଇ 24 ତାରିଖ ରେ ସମାପ୍ତ ହେବା ସହ ବ୍ଲକ ସ୍ତରୀୟ, ଜିଲ୍ଲା ସ୍ତରୀୟ, ରାଜ୍ୟ ସ୍ତରୀୟ ରେ ମଧ୍ୟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି!ନବରଙ୍ଗପୁର ଜିଲ୍ଲା ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ବହୁ ପ୍ରତିଭାବାନ ଖେଳାଳି ରହିଛନ୍ତି ଏବଂ ସେମାନଙ୍କୁ କିପରି ଜିଲ୍ଲା, ରାଜ୍ୟ ଓ ଦେଶ ରେ କିଭଳି ଗୌରବ ଅର୍ଜନ କରିବେ ସେଥିପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି!ଏହି କ୍ରୀଡା ଉତ୍ସବ ରେ ହକି, ଫୁଟବଲ, ଭଲି ବଲ, ଖୋକୋ, କବାଡି ଇଦ୍ୟାଦି ଖେଳ ର ଆୟୋଜନ କରାଯାଇଛି!ପ୍ରଥମେ ହୋକି ଖେଳ ରେ ଭାମିନି ଓ କୋପେନା ମଧ୍ୟରେ ଖେଳାଯାଇଥିଲା ଏବଂ ଏହାକୁ ସସ୍ମିତା କର୍କଟା ପରିଚାଳନା କରିଥିଲେ, ମହିଳା କବାଡି ଖେଳ ଭାମିନି ଓ ଖାଣ୍ଡା ମଧ୍ୟରେ ଖେଳାଯାଇଥିଲା!ଉକ୍ତ କ୍ରୀଡା ଉତ୍ସବ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ, ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ଉପାଧ୍ୟକ୍ଷ ଶ୍ୟାମଲ ସରକାର, bsso ଦେବାଶିଷ ମିଶ୍ର ଓ ପ୍ରତ୍ୟେକ ପଂଚାୟତ ର ସରପଞ୍ଚ, ୱାର୍ଡ ମେମ୍ବର, ସମିତି ସଭ୍ୟ, ଓ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ!

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)