September 11, 2026

ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ!

uhih
Share

 

 

ଉମରକୋଟ:ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଆହ୍ୱାନକ୍ରମେ ସମଗ୍ର ରାଜ୍ୟ ରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଥିବାବେଳେ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜୁ ପଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ 12ଦିନ ଧରି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ପାଳନ ଜରାଯାଇଥିଲା!ଏହି କାର୍ଯ୍ୟକ୍ରମ ଦ୍ୱାରା ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା, ଡ଼ିବେଟ କାର୍ଯ୍ୟକ୍ରମ କରି ସେମାନଙ୍କୁ ଉତ୍ସ|ହିତ କରାଯାଇଥିଲା!ଆଗାମୀ ଦିନରେ ଏହି ବିଦ୍ୟାଳୟ ର ଛାତ୍ରୀ ମାନେ ଜିଲ୍ଲାସ୍ତର ଓ ରାଜ୍ୟସ୍ତର କୁ କିପରି ଉନ୍ନୀତ ହେବେ ତାହାପ୍ରତି ଅଧ୍ୟକ୍ଷା ନମିତା ମହାପାତ୍ର ସେ ବିଷୟରେ ଆଲୋକପାତ କରିଥିଲେ!ଏହି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ବିଡ଼ିଓ ପ୍ରୀତି ରଞ୍ଜନ ରଥ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେନିଆ, ଏ ଇ ମନୋଜ ପାତ୍ର, ପ୍ରମୁଖ ମଞ୍ଚାସିନ ଅତିଥି ରୂପେ ଯୋଗ ଦେଇଥିଲେ!ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା!(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed