ମୋହନା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ …


ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ମହକୁମା ଠାରେ ଅବସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ବାର୍ଷିକ ଉତ୍ସବରେ ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡକ୍ଟର ଅମୃତ ଜେନା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି, ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କର, ବନ ବିଭାଗ ଅଧିକାରୀ ଶ୍ରୀ ବିଷୋୟୀ, ଅଗ୍ନିଶମ ଅଧିକାରୀ, ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ, ଖଣି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଖିଳ କୁମାର ସାବତଙ୍କ ସମେତ ଅନେକ ଅତିଥି ଉପସ୍ଥିତ ରହିଥିଲେ। ଏହି ବାର୍ଷିକ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ବିଜେଡି ନେତା ହରିଶ୍ଚନ୍ଦ୍ର ପାତ୍ର, ପ୍ରତାପ ଚନ୍ଦ୍ର ବେହେରାଙ୍କ ସମେତ ବିଦ୍ୟାଳୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅଧ୍ୟୟନ ରତ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଶିକ୍ଷୟତ୍ରୀ ବିଦ୍ୟାଳୟ ବିବରଣୀ ପଠନ କରିଥିଲେ।
