September 21, 2024

ଗଜପତି:- ଜିଲ୍ଲାସ୍ତରୀୟ ୬୧ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ–୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

ଗଜପତି:- ଜିଲ୍ଲାସ୍ତରୀୟ ୬୧ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ–୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ।

– ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ୍ ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଜିଲ୍ଲାସ୍ତରୀୟ ୬୧ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ-୨୦୨୩ ତଥା “ନିଷ୍କମl ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ’ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏଏସପି: ଶ୍ରୀ ସୁନିଲ କାନ୍ତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମ୍ମିଳିତ ପ୍ୟାରେଡ଼’ର ଅଭିବାଦନ ଗ୍ରହଣ କରିଥିଲେ ।

ଉଦବୋଧନ’ରେ କହିଥିଲେ ଯେ , ବିଭିନ୍ନ ପରିସ୍ଥିତି ବେଳେ ଗୃହରକ୍ଷୀ ମାନେ ପୋଲିସ ବାହିନୀ’କୁ ସଦାସର୍ବଦା ସାହାଯ୍ୟ ଓ ସହଯୋଗ କରି ଆସୁଛନ୍ତି । ବନ୍ୟା , ବାତ୍ୟା ବେଳେ ଉଦ୍ଧାର ଓ ରିଲିଫ ଯୋଗାଣ , କୋଭିଡ୍ ମହାମାରୀ , ଘରପୋଡି ଓ ଦୁର୍ଘଟଣା ଭଳି ଜରୁରୀ କାଳୀନ ପରିସ୍ଥିତି ଏବଂ ଟ୍ରାଫିକ ନିୟନ୍ତ୍ରଣ , ପହରା , ଗାର୍ଡ ଡ୍ୟୁଟି ପ୍ରଭୃତି କ୍ଷେତ୍ରରେ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରି ନୀରବଛିନ୍ନ ଭାବେ ସେବା ଯୋଗାଇଥାନ୍ତି ।

ଏଥିସହ ସମାଜ’ର ଦୁର୍ବଳ ଶ୍ରେଣୀ’ର ଲୋକ ମାନଙ୍କୁ ସୁରକ୍ଷା ଦେବା-ସହ ସାମ୍ପ୍ରଦାୟିକ ସଦଭାବ ରକ୍ଷା କରିବା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଗୃହରକ୍ଷୀ ମାନଙ୍କ ଭୂମିକା ତଥା “ନିଷ୍କମl ସେବା”ର ଉଚ୍ଚ ପରମ୍ପରା ବଜାୟ ରଖି ଦେଶ ଓ ଲୋକ’ଙ୍କ ସେବା କରି ଉଚ୍ଚ ପ୍ରଶଂସିତ ହୋଇଥାନ୍ତି ବୋଲି କହିଥିଲେ ।

ଏହି ଅବସର’ରେ ମୁଖ୍ୟଅତିଥି ଶ୍ରୀ ମହାନ୍ତି ଦେଶ”ର ମହାମାନ୍ୟ ରାଷ୍ଟ୍ରପତି’ଙ୍କ ସମେତ ପ୍ରଧାନମନ୍ତ୍ରୀ , ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ , ଓ ଗୃହ ସଚିବ , ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ପୋଲିସ ମହା ନିର୍ଦ୍ଦେଶକ’ଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ ।

ସମ୍ମିଳିତ ପ୍ୟାରେଡ଼ କାର୍ଯ୍ୟକ୍ରମ’କୁ ଗୃହରକ୍ଷୀ ବାହିନୀ’ର କମ୍ପାନୀ କମାଣ୍ଡର ଶ୍ରୀ ରାଜୁ ପାଢାଲ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମ’ରେ ହେଡ଼କ୍ୱାଟର ଡିଏସପି: , ଡିଏସପି ଏଚଆର:- ପିସିଆର: ଶ୍ରୀ କୈଳାଶ ଚନ୍ଦ୍ର ବୁରୁଦା , ଶ୍ରୀ ହୋମଗାର୍ଡ ଆରଆଇ ଶ୍ରୀ ସୂର୍ଯ୍ୟକାନ୍ତ ମନୋରଞ୍ଜନ ଜେନା’ଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

———————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

————————————————