June 19, 2026

ଉଲୁଣ୍ଡାରେ ସମ୍ବିଧାନ ପ୍ରଣେତା ଡ଼ଃ. ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ ପାଳିତ

IMG-20231206-WA0036
Share

 

ଉଲୁଣ୍ଡାରେ ସମ୍ବିଧାନ ପ୍ରଣେତା ଡ଼ଃ. ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ ପାଳିତ

 

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଡ଼ଃ.ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ ମହାସମାରୋହରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ କୁଳମଣି ଜଗଦଲା ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଦଳିତ ସମାଜ ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବାବେଳେ ଜ୍ଞାନଜ୍ୟୋତି ସାବିତ୍ରୀ ବାଇ ଫୁଲେ ମହାସଂଘ ର ପ୍ରତିଷ୍ଠାତା ଧିମତି ସଂଘପ୍ରୀୟା ରୂପାଲି ମହାନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଆଇନଜୀବୀ ଲକ୍ଷ୍ମଣ ଭରାସାଗର, ବିଶିଷ୍ଠ କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା, ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ଜିଲ୍ଲା ସମ୍ପାଦକ ଲଛମନ ସୁନା, ଲକ୍ଷେଘର ଗଣ୍ଡା ସମାଜର କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ଦାସ ତରାଇ , ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ର ସହ ସମ୍ପାଦକ ରାଜୁ କୁମାର ଲୁହା , ଉପଦେଷ୍ଠା ସୁରୁବାବୁ ହରିପାଲ ,ବରିଷ୍ଠ ସଦସ୍ୟ ବୈରାଗୀ ହରିପାଲ ଏବଂ କୀର୍ତ୍ତନ ମୁନା ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ ।

ଏହି ପବିତ୍ର ସମାରୋହରେ ପଶ୍ଚିମ ଓଡ଼ିଶାର ଅନେକ ଆମ୍ବେଦକର ପ୍ରେମୀ ବରିଷ୍ଠ ଆଇନଜୀବୀ, ବୁଦ୍ଧିଜୀବୀ ବୃନ୍ଦଙ୍କ ସମେତ ଅନେକ ଆମ୍ବେଦକରପ୍ରେମୀ ପୁରୁଷ ମହିଳା ଓ ବାଳକ ବାଳିକା ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିବା ବେଳେ କୁନିକୁନି ବାଳକ ବାଳିକା ସୁନ୍ଦର ସୁନ୍ଦର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ l ପରିଷଦର ସମ୍ପାଦକ ଅରୁଣ କୁମାର ମହାନନ୍ଦ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଷଦର କାର୍ଯକାରୀ ସମ୍ପାଦକ ନାରାୟଣ ହରିପାଲ ସଭା ପରିଚାଳନା କରିଥିଲେ l ଶେଷରେ ଉଲୁଣ୍ଡା ଗ୍ରାମ ପଞ୍ଚାୟତ ସମ୍ପାଦକ ବ୍ୟାସଦେବ ତରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed