March 13, 2026

ସରକାରୀ ଆଇ.ଟି.ଆଇ ର ନିଶା ନିବାରଣ ସଚେତନ କାର୍ଯ୍ୟକ୍ରମ।

IMG-20231124-WA0024
Share

ସରକାରୀ ଆଇ.ଟି.ଆଇ ର ନିଶା ନିବାରଣ ସଚେତନ କାର୍ଯ୍ୟକ୍ରମ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ :-ଆଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ତରଫରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଉମରକୋଟ ଏବଂ S.S.D ସରକାରୀ ଉଚ୍ଚ ବିଦ୍ୟାଳୟ ବଦଭରଣ୍ଡି ଠାରେ ଦୁଇଟି ଅଲଗା ଅଲଗା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇ.ଟି.ଆଇ Principal ଦୀପିକା ସରକାର ଏବଂ ଟ୍ରେନି° ଅଫିସର P.K. ବର୍ମନ୍ ଉପସ୍ଥିତ ରହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନିଶା ଠାରୁ ଦୂରେଇ ରହିବା ପାଇଁ ଅୱାନ ଦେଇଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତି ଅନ୍ନପୂର୍ଣ୍ଣା ତ୍ରିପାଠୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I.T.I ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ଛୋଟିଆ ନାଟକ ପରିବେଷଣ କରି ବିଦ୍ୟାଳୟ ର ପିଲା ମାନଙ୍କୁ ନିଶା ଗ୍ରହଣ କରିବା ଦ୍ୱାରା ଯୁବ ପିଠି କିଭଳି ସମାଜ ର ମୁଖ୍ୟ ସ୍ରୋତ ରୁ ଦୁରେଇ ଯାଇଛନ୍ତି ତାହା ବୁଝାଇ ଥିଲେ । ଏହି କାର୍ଯ୍ୟ କ୍ରମ କୁ ଦୀପ୍ତି ମୟି ସନି ହରୀ ଏବଂ ପ୍ରଦଶ ମହାପାତ୍ର ପରି ଚାଳନା କରି ଥିଲେ। ଶେଷରେ ପୁରସ୍କର ବିତରଣ କରାଯାଇ ଥିଲା । ଶେଷରେ ଅନୁଷ୍ଠାନ ର ବରିଷ୍ଟ ପ୍ର ଶିକ୍ଷକ ସୌରଭ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟ କ୍ରମ ରେ I.T.I. ତରଫ ରୁ ବଡ ବାବୁ ସଞ୍ଜୟ କୁମାର ପରିଡ଼ା, ନୀଳକଣ୍ଠ ମିଶ୍ର, ସୌରଭ ମିଶ୍ର, ଏସ. ମୂର୍ମୁ, ଏକେ ନାୟକ, ପ୍ରଦୋଷ ମହାପାତ୍ର, ଦୀପ୍ତି ମୟୀ ସିଂହାରୀ, ଶ୍ରୀଯୁକ୍ତ ଡାକୁଆ, ବାଲାଜୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।