ଉଲୁଣ୍ଡାରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

IMG-20231124-WA0030
Share

ଉଲୁଣ୍ଡାରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନିୟନ୍ତ୍ରିତ ବଜାର କମିଟି ହଲରେ ଉଦ୍ୟାନ କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ବୀରମହାରାଜପୁର ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ଶ୍ରୀଯୁକ୍ତ ବିଦ୍ୟାଧର ଦାଶ, ଅତିରିକ୍ତ ଉଦ୍ୟାନ କୃଷି ଅଧିକାରିଣୀ ଶ୍ରୀମତୀ ବିନ୍ଦୁଲତା ମାଝୀ, ଗୋଷ୍ଠୀ ପ୍ରାଣୀସମ୍ପଦ ଅଧିକାରୀ ଶ୍ରୀଯୁକ୍ତ ସୁବ୍ରତ ପୁରୋହିତ, ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ଟପୋ, ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ସଞ୍ଜୀବ ଷଡ଼ଙ୍ଗୀ, ଗୋଷ୍ଠୀ ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ କେଶବ ମାଝୀ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାନ ଯୋଜନା ଜିଲ୍ଲା ସଂଯୋଜକ ସଚିନ ବାବୁ ଏବଂ ବିଶିପଡ଼ା ସରପଞ୍ଚ ଶ୍ରୀଯୁକ୍ତ ଦୈତାରୀ ବେହେରା ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ଓଡିଶା ସରକାରଙ୍କ ତରଫରୁ ହେଉଥିବା ଉଦ୍ୟାନ ବିଭାଗ, କୃଷି ବିଭାଗ, ମତ୍ସ୍ଯ ଓ ପ୍ରାଣୀସମ୍ପଦ ବିଭାଗର ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟକ୍ରମ ବିଷୟରେ ଜାଲୋଏ ଗ୍ରାମପଞ୍ଚାୟତ, ରକ୍ସା ଗ୍ରାମପଞ୍ଚାୟତ ଓ ବିଶିପଡ଼ା ଗ୍ରାମପଞ୍ଚାୟତର ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ପ୍ରଶିକ୍ଷଣ ଓ ତାଲିମ୍ ପ୍ରଦାନ କରିଥିଲେ I

You may have missed