October 20, 2026

ରେଟାମୁଣ୍ଡାରେ ସର୍ବଜନୀନ ଦୁର୍ଗାପୂଜା ଉପଲକ୍ଷେ ଡେନ୍ସ ଡେନ୍ସ ପ୍ରତିଯୋଗୀତା

IMG-20261020-WA0004
Share

 

 

ବରପାଲି – (ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଳକ୍ ଅନ୍ତର୍ଗତ ରେଟାମୁଣ୍ଡା ୪୬ ତମ ସର୍ବଜନୀନ ଦୁର୍ଗାପୂଜା ପାଳିତ ଅବସରରେ ଏକ ଡେନ୍ସ ଡେନ୍ସ ପ୍ରତିଯୋଗୀତା ଅନୁଷ୍ଠିତ ହୋଯାଇଅଛି lଗ୍ରାମର ଗୌନ୍ତିଆ ଜିତେନ୍ଦ୍ରିୟ ଧରୁଆଙ୍କ

ସଭାପତିତ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ମୂର୍ସୁଣ୍ଡି ହାଇସ୍କୁଲ ଶିକ୍ଷକ ପ୍ରମୋଦ କୁମାର ଦୀପ ଅତିଥି ପରିଚୟ ଓ ସଭା ପରିଚାଲନା ପ୍ରଦାନ କରିଥିବା ବେଳେ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା( ଲାରେଶ ପଣ୍ଡା) ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l ଫଗୁନୁ ଚାଉର, ଜିତେଦ୍ରିୟ ଧରୁଆ, ୱାର୍ଡ ସଭ୍ୟ ପ୍ରଭାକର ଶିକା, ପଞ୍ଚାନନ ଦୀପ, ପ୍ରମୁଖ ମଞ୍ଚାସିନ ଥିଲେ l ଏହି ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ବେଙ୍ଗଲ ଟାଇଗର ଗୃପ (ବାରଗୁଡା), ଦୁତିୟ ରୋଜାଲିନ କୁମ୍ଭାର (ଠେଙ୍ଗାନାଲ),ତୃତୀୟ ଅଙ୍କିତା ସାହୁ (ପାଇକମାଲ୍) ଅଧିକାର କରିଥିଲେ l ଅତିଥି ମାନେ କୃତି ହାସଲ କରିଥିବା କୃତି ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସୃତ କରିଥିଲେ l ଏଥିରେ ମୋଟ ୧୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l ଦୁର୍ଗା ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l