November 23, 2024

ଆବାସ ଯୋଜନାରେ ଦୁର୍ନିତୀ, ବିଜେପି ପକ୍ଷରୁ ବ୍ଲକ ଘେରାଉ

Share

 

କୁଜଙ୍ଗ :ଆବାସ ଯୋଜନାରେ ମହାଦୁର୍ନିତୀ ହୋଇଥିବା ଅଭିଯୋଗ କରି ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସଂପଦ ସ୍ୱାଇଁଙ୍କ ନେତୃତ୍ବରେ ହଜାର ହଜାର ଦଳିୟ କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି। ବିଶେଷ କରି କୁଜଙ୍ଗ ବ୍ଲକ ପ୍ରଶାସନ ବିରୋଧରେ ବିଜେପି ଏକ ପ୍ରକାର ଯୁଦ୍ଧଂଦେହି ଡାକରା ଦେଇଛି। କୁଜଙ୍ଗ ସ୍ଥିତ ଦଳିୟ କାର୍ଯ୍ଯାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା କୁଜଙ୍ଗ ବଜାର ଦେଇ ଆସି ବ୍ଲକ କାର୍ଯ୍ଯାଳୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ବିଜେପି ନେତା ସଂପଦ ସ୍ୱାଇଁ ସ୍ଥାନୀୟ ବିଧାୟକ ପୂର୍ବରୁ ଥିବା ତାଙ୍କ ପିତା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଥିବା ବାପା, ପୁଅଙ୍କ ବିରୋଧରେ ପ୍ରବଳ ବର୍ଷିଥିବା ବେଳେ କୁଜଙ୍ଗ କରିଥିଲେ। ୨୦୧୮-୧୯ରେ ଯେଉଁ ହିତାଧିକାରୀ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଥିଲେ। ତାହା ତୁଟି ପୂର୍ଣ୍ଣଥିଲା ବୋଲି ଶ୍ରୀଯୁକ୍ତ ସ୍ଵାଇଁ ଅଭିଯୋଗ କରିବା ସହ ସେହିତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମଥିବାରୁ ଏହାକୁ ଘୋର ବିରୋଧ କରାଯାଇଥିଲା। କ୍ରମାଗତ ଭାବେ ଗତ ୩ବର୍ଷ ଧରି ତାଲିକାକୁ ଠିକ୍ କରିବାକୁ ପର୍ଯ୍ୟାୟକ୍ରମେ ଆନ୍ଦୋଳନ ଚାଲିଛି। ଏଣୁ ଏଥର ଅଯୋଗ୍ୟକୁ ବାଦଦେଇ ଯଦି ତୁରନ୍ତ ଯୋଗ୍ୟହିତାଧିକାରିଙ୍କୁ ତାଲିକାରେ ସାମିଲି କରାଯିବାକୁ ପୂର୍ବରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଏ ଦିଗରେ ବ୍ଲକ ପ୍ରଶାସନ କିଛିବି ପଦକ୍ଷେପ ନେଲେ ନାହିଁ। ସହେରୁ ଉର୍ଦ୍ଧ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରଦାନ କରାଯାଇଛି। ଏବଂ ଏହି ବ୍ଲକରେ ଗହମ ହିତାଧିକାରୀ ପାଇନଥିବା ଅଭିଯୋଗ କରିଥିଲେ। ତୁରନ୍ତ ଗହମ ପ୍ରଧାନ ମନ୍ତ୍ରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇଦେବାକୁ ଦାବିକରିଥିଲେ। ଏହି ଆନ୍ଦୋଳନରେ ଯୁଗଳ ପ୍ରଧାନ, ତପନ ତ୍ରିପାଠୀ, ନିରଞ୍ଜନ ପାତ୍ର, ଅରକ୍ଷିତ ଦାସ, ପ୍ରତାପ ନାୟକ, ପ୍ରଦିପ୍ତ ମହାପାତ୍ର, ଶ୍ରୀନିବାସ ସ୍ଵାଇଁ, ରଶ୍ମିରଞ୍ଜନ ସାମନ୍ତରାୟ, ନୃସିଂହ ଚୌଧୁରି, ପ୍ରତାପ ଦାସ, ବିଶ୍ବଜିତ ବେହେରା, ସୁଶ୍ରୀ ପ୍ରିୟଦର୍ଶିନୀ, ସାମାଲି ସାହୁ, ସଂଯୁକ୍ତା ସାମଲ, ଅକ୍ଷୟ ଦାସ ପ୍ରମୁଖ ସାମିଲି ହୋଇଥିଲେ।