June 28, 2026

ଡିଭାଇଡର ଅଧପନ୍ତରିଆ , କାମ କରୁନି ନେତାଙ୍କ ପ୍ରତିଶ୍ରୁତି , ବଢୁଛି ଜନ ଅସନ୍ତୋଷ

IMG-20230206-WA0050
Share

ବୁଗୁଡ଼ା : ତା ୦୬/୦୨/୨୩ : ବୁଗୁଡ଼ା ସହରର

ସୌନ୍ଦର୍ଯ୍ୟ କରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ

କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ

ରାସ୍ତାର ସୌନ୍ଦର୍ଯ୍ୟ କରଣ ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ

ରାସ୍ତାରେ ହୋଇଥିବା ଡିଭାଇଡର ବ୍ୟବସ୍ଥା ବର୍ଷ ବର୍ଷ ଧରି ଅଧପନ୍ତରିଆ ରହି ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ପ୍ରଥମ କରି ୨୦୧୪-୧୫ ଆର୍ଥିକ ବର୍ଷରେ ବୁଗୁଡ଼ା ସହର ଦେଇ ଯାଇଥିବା ୩୩ନଂ ରାଜ୍ୟ

ରାଜପଥରେ ଡିଭାଇଡର ବ୍ୟବସ୍ଥା ହୋଇଥିଲା । ତେବେ କେବଳ ମଦନ ମୋହନ ଛକ ଠାରୁ ବେତାରସିଂ ଛକ ପର୍ଯ୍ୟନ୍ତ ଡିଭାଇଡର ନିର୍ମାଣ ହୋଇଥିଲେ ହେଁ ହାଇସ୍କୁଲ ଛକ ଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ରାସ୍ତାରେ ଡିଭାଇଡର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନହୋଇ ଶୀତଳ ଭଣ୍ଡାରରେ ପଡି ରହିଛି । ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତାର ସଂକୀର୍ଣ୍ଣତା ଯୋଗୁଁ ଡିଭାଇଡର ହୋଇପାରୁ ନଥିବା ଦର୍ଶାଉଥିବା ବେଳେ ପୋଲସରା ସହରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତାରେ ଡିଭାଇଡର ବ୍ୟବସ୍ଥା ହୋଇଥିଲେ ହେଁ ସେହି ଏକା ନିର୍ବାଚନ ମଣ୍ଡଳୀରେ ଆସୁଥିବା ବୁଗୁଡ଼ା ସହର ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।ଏ ନେଇ ସ୍ଥାନୀୟ ନେତାଙ୍କ ପ୍ରତିଶ୍ରୁତି କାମ କରୁନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଅସମ୍ପୂର୍ଣ ଡିଭାଇଡରକୁ ସମ୍ପୂର୍ଣ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ

ନେବାକୁ ଜନସାଧାରଣ ଦାବି ହେଉଛି ।