ଆଜି ଉମରକୋଟ ବିଜେପି କାର୍ଯ୍ୟାଳୟ ଠାରେ ଏକାତ୍ମ ମାନବଦର୍ଶନ,ପ୍ରଖର ରାଷ୍ଟ୍ରବାଦୀ

IMG-20230926-WA0007
Share

ଆଜି ଉମରକୋଟ ବିଜେପି କାର୍ଯ୍ୟାଳୟ ଠାରେ ଏକାତ୍ମ ମାନବଦର୍ଶନ,ପ୍ରଖର ରାଷ୍ଟ୍ରବାଦୀ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ” ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଦିନଦୟାଲ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଧୁପ ଓ ଦୀପ ପ୍ରଜଳନ କରି ପୁଷ୍ପ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ତାଙ୍କରି ସ୍ମୃତି ଚାରଣ କରାଯାଇଥିଲା ।ଏଥିରେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ଏବଂ ସଂଯୋଜକ ଶୁରେସ ଆଚାର୍ଯ୍ୟ ,ଜିଲ୍ଲା ସମ୍ପାଦକ ରାମ ନାୟକ,ନଗର ସଭାପତି ଗୋପୀନାଥ ସାହୁ ଦିନ ଦୟାଲ ଉପାଧ୍ୟାୟ ଙ୍କ ଜୀବନୀ ବିଷୟରେ ନିଜ ନିଜର ଅଭିଭାଷଣ ରଖିଥିଲେ ଏହି ସଭାରେ ନଗରମଣ୍ଡଳର ବହୁ ବିଜେପି କାର୍ଯ୍ୟକର୍ତା ଯୋଗଦେଇଥିଲେ ନଗରମଣ୍ଡଳ ସମ୍ପାଦକ ପ୍ରଭାତ କୁମାର ନାୟକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ।

(ଉମରକୋଟ ରୁ ଏମ୍. ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)