September 6, 2026

ଦୁର୍ଘଟଣାସ୍ଥଳରେ ମାନବିକତାର ଉଦାହରଣ :ଆହତ ଶିଶୁକୁ ଉଦ୍ଧାର କରି ଘରେ ପହଞ୍ଚାଇଲେ ଯୁବ କାଉନ୍ସିଲର ଓ ସାଥୀ

IMG-20260906-WA0092
Share

 

 

ବରପାଲି/ ବିଜେପୁର: (ଜୟନ୍ତ କୁମାର ସେଠ)ଆଜି ବରପାଲିରୁ ମାନ୍ୟବର ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମାନ୍ୟବର ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଜୀ ଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ସମୟରେ ବିଜେପୁର ନିକଟରେ ଏକ ଅତ୍ୟନ୍ତ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଥିଲା।ଯୁବନେତା ତଥା କାଉନ୍ସିଲର ଇଂଜିନିୟର କୁନାଲ ପଣିଗ୍ରାହୀ ଓ ତାଙ୍କ ସହଯୋଗୀ ଯୁବମୋର୍ଚ୍ଚା ଜିଲ୍ଲା ଉପ-ସଭାପତି ମଣ୍ଟୁ ପାଣ୍ଡେ, ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବରିହା, ଭିକାରୀ ଗଡ଼ତିଆ, ସୁରେଶ ମହେର ଓ ଅରବିନ୍ଦ ସାହା ରାସ୍ତାରେ ଏକ ଦୁର୍ଘଟଣା ଘଟିଥିବା ଦେଖି ତୁରନ୍ତ ଗାଡ଼ି ଅଟକାଇଥିଲେ ଦୁର୍ଘଟଣାରେ ଏକ ଶିଶୁ ଗଭୀର ସଙ୍କଟରେ ପଡ଼ିଥିବା ଦେଖି ସେମାନେ କୌଣସି ବିଳମ୍ବ ନକରି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ।ଚାଷଜମି ନିକଟରେ ପ୍ରାୟ ଦଶ ଫୁଟ୍ ତଳକୁ ପଡ଼ିଯାଇଥିବା ଶିଶୁକୁ ସାବଧାନତାର ସହ ଉଦ୍ଧାର କରି ଉପରକୁ ଆଣିଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ମାନବିକତାକୁ ସର୍ବୋପରି ରଖି ସେମାନେ ଶିଶୁ ଓ ପରିବାରକୁ ସୁରକ୍ଷିତ ଭାବେ ନିଜ ଘରକୁ ଫେରାଇବାରେ ସହଯୋଗ କରିଥିଲେ।

ଏହି ଉଦ୍ଧାର ସମୟରେ କାଉନ୍ସିଲର ଇଂଜିନିୟର କୁନାଲ ପଣିଗ୍ରାହୀଙ୍କ ହାତରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି। ତଥାପି ନିଜ ଆଘାତକୁ ଗୁରୁତ୍ୱ ନଦେଇ ପ୍ରଥମେ ଅସହାୟ ଶିଶୁର ସୁରକ୍ଷାକୁ ପ୍ରାଥମିକତା ଦେଇଥିଲେ। ଏହି ଘଟଣା ତାଙ୍କର ସାହସ, ସମ୍ବେଦନଶୀଳତା ଓ ମାନବିକ ମନୋଭାବର ଏକ ଉତ୍କୃଷ୍ଟ ଉଦାହରଣ ପାଲଟିଛି।

ସଙ୍କଟ ସମୟରେ ନିଜ ସୁରକ୍ଷା ଓ ସୁବିଧାକୁ ପଛକୁ ରଖି ଜଣେ ଅସହାୟଙ୍କ ପାଇଁ ଆଗକୁ ଆସିବା ହିଁ ପ୍ରକୃତ ମାନବିକତା। ବିଜେପୁର ନିକଟର ଏହି ଘଟଣାରେ ଇଂ କୁନାଲ ପଣିଗ୍ରାହୀ ଓ ତାଙ୍କ ସାଥୀମାନେ ଯେଉଁ ମାନବିକତାର ପରିଚୟ ଦେଇଛନ୍ତି, ତାହା ନିଶ୍ଚିତ ଭାବେ ସମାଜ ପାଇଁ ଏକ ପ୍ରେରଣାଦାୟକ ବାର୍ତ୍ତା।