June 26, 2026

ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଉପାଧ୍ୟକ୍ଷ ଦିଲ୍ଲୀପ ବଳିଆର ସିଂ ଙ୍କ ବିୟୋଗ

IMG-20230926-WA0005
Share

ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଉପାଧ୍ୟକ୍ଷ ଦିଲ୍ଲୀପ ବଳିଆର ସିଂ ଙ୍କ ବିୟୋଗ
ବ୍ରାହ୍ମଣୀଗାଁ ତା: ୨୫/୯ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି କୋର୍ଟ ରେ ସରକାରୀ ଓକିଲ ଭାବେ କାର୍ଯ୍ୟରତ ତଥା ପୂର୍ବତନ ଉପାଧ୍ୟକ୍ଷ ଦିଲ୍ଲୀପ ବଳିଆର ସିଂ ଙ୍କ ର ଅଚାନକ ବିୟୋଗ ରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି । ତାଙ୍କ ନିଜ ଗ୍ରାମ ହାତୀମୁଣ୍ଡା ପଞ୍ଚାୟତ ର ତାମାଙ୍ଗି ହୋଇ ଥିବା ବେଳେ ଦାରିଙ୍ଗବାଡି ବ୍ଳକରେ ରହି ସରକାରୀ ଓକିଲ ଭାବେ ଲୋକଙ୍କୁ ଆଇନ ସେବା ଯୋଗାଇ ଆସୁଥିଲେ । ସେ ଜଣେ ଶାନ୍ତ,ସରଳ, ,ସ୍ନେହୀ ଏବଂ ସମାଜ ସେବି ବ୍ୟକ୍ତି ଥିଲେ । ବରିଷ୍ଠ ଆଇନଜୀବୀ ଭାବେ ଅଞ୍ଚଳ ରେ ବେସ ଜଣାଶୁଣା ,ନିଜ ଗ୍ରାମ ତଥା ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି, ତାଙ୍କ ବିୟୋଗରେ ତାଙ୍କ କାର୍ଯ୍ୟସ୍ଥଳୀ ଠାରୁ ଆରମ୍ଭ କରି ସମସ୍ତ ଅଫିସ ତଥା ଅଞ୍ଚଳ ରେ ଜଣାଶୁଣା ପ୍ରତ୍ୟେକ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମା ର ଶାନ୍ତି ପାଇଁ କାମନା କରିଛନ୍ତି।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)

You may have missed