ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

IMG-20230831-WA0032
Share

 

ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଗୈରୀପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ବରିଷ୍ଠ ଶିକ୍ଷକ ମୁତ୍ୟୁଞ୍ଜୟ ଶତପଥୀ, ଆଧାର ବେହେରା, ଶିକ୍ଷୟିତ୍ରୀ ସ୍ମିତା ରାଣୀ ତୁଳ, ଓଡ଼ିଆ ବିଭାଗର ମୁଖ୍ୟ ସୁମତି ଶବର, ଓଡ଼ିଆ ଅଧପିକା ସାଇସନ୍ତୋଷିନୀ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଶ୍ରୀ ମଣ୍ଡଳ ଯୋଗଦେଇ ଗଙ୍ଗାଧର ମେହେରଙ୍କ ସାହିତ୍ୟକୃତି ବିଷୟରେ ଆଲୋକପାତ କରିଥିଲେ। ସେହିପରି ବରିଷ୍ଠ ଶିକ୍ଷକ ଶ୍ରୀ ଶତପଥୀ ଯୋଗଦେଇ ଗଙ୍ଗାଧରଙ୍କୁ ସାହିତ୍ୟ ସାରଥୀ କହିବା ସହିତ ତାଙ୍କ ରଚିତ କାବ୍ୟ, କବିତା ବିଷୟରେ ଆଲୋଚନା କରି ଭାଷା ବଞ୍ଚିଲେ ଆପଣ ବଞ୍ଚିବା ବୋଲି ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ସୁପରିଚାଳନା ସହଯୋଗ କରିଥିଲେ।।

ରିପୋର୍ଟ ରାକେଶ କୁମାର ବେହେରା