November 25, 2024

ଷ୍ଟୁଡେଣ୍ଟ ପୋଲିସ୍ କ୍ଯାଡେଟ୍ ପକ୍ଷରୁ ଆଲୋଚନା ଚକ୍ର

Share

ଷ୍ଟୁଡେଣ୍ଟ ପୋଲିସ୍ କ୍ଯାଡେଟ୍ ପକ୍ଷରୁ ଆଲୋଚନା ଚକ୍ର
ବୁଗୁଡ଼ା : ତା ୩୧/୦୮/୨୩ : ସ୍ଥାନୀୟ ବୀରଧନଞ୍ଜୟପୁରସ୍ଥ ବୁଦ୍ଧଗିରି ବିଦ୍ୟାପୀଠ ପରିସରରେ ଷ୍ଟୁଡେଣ୍ଟ ପୋଲିସ କ୍ଯାଡେଟ୍ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୂତି ଭୁଷଣ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଫୁଲ ଚନ୍ଦ୍ର ବଡଜେନା , ମୁଖ୍ୟ ବକ୍ତା ଭାବେ ଭଞ୍ଜନଗର ଏସଡ଼ିପିଓ ବିଶ୍ବାମିତ୍ର ହରପାଲ , ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ଆଡିସନାଲ୍ ଆଇଆଇସି ଶର୍ମିଷ୍ଠା ପ୍ରଧାନ , ମେଡିକାଲ୍ ଅଫିସର ଶୁଭାଶିଷ ପାଣିଗ୍ରାହୀ , ବିଇଓ ଚିନ୍ମୟ ମହାପାତ୍ର, ଅକ୍ଷୟ କୁମାର ଜେନା ପ୍ରମୁଖ ଯୋଗ ଦେଇ ଗୁଣିଗାରେଡ଼ି , ପୋକ୍ସୋ ଆଇନ , ସାଇବର କ୍ରାଇମ , କ୍ଯାରିୟର ଗାଇଡ୍ ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ଯ ଅତିଥିଙ୍କ ଦ୍ଵାରା କ୍ଯାଡେଟ୍ ପତାକା ଉତ୍ତୋଳନ କରାଯାଇଥିଲା ବେଳେ ନିରଞ୍ଜନ ପ୍ରଧାନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ପରିଶେଷରେ ଏସ୍ଏମସି ସଭାପତି ଦିବ୍ଯ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପିପୁଲ୍ସ ହାଇସ୍କୁଲର ଏନସିସି ଛାତ୍ରମାନେ ସହଯୋଗ କରିଥିଲେ ।