November 26, 2024
Share

*ଖବର ଆଜିର*
ତାରିଖ ୩୧/୦୮/୨୦୨୩ ଗୁରୁବାର ।

ଏସିଆ କପର ଉଦଘାଟନୀ ମ୍ୟାଚରେ ନେପାଳକୁ ୨୩୮ ରନରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି ପାକିସ୍ତାନ । ପାକିସ୍ତାନ ଦ୍ବାରା ରଖାଯାଇଥିଲା ୩୪୩ ରନର ଟାର୍ଗେଟର ପିଛା କରିବାକୁ ଯାଇ ନେପାଳ ୨୫ ମଧ୍ୟ ପର୍ଯ୍ୟନ୍ତ ମଧ୍ୟ ଖେଳିପାରିନଥିଲା । ଦଳ ୨୩.୪ ଓଭରରେ ୧୦୪ ରନ କରି ଅଲଆଉଟ୍ ହୋଇଯାଇଥିଲା ।

ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଥମ ଥର ପାଇଁ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଲା ରୋଭର ପ୍ରଜ୍ଞାନ ।

ହାତରେ ରାଖି ବାନ୍ଧିଲେ ୭ହଜାର ଛାତ୍ରୀ। ବିଶ୍ବ ରେକର୍ଡ କରିଥିବା କହିଲେ ବହୁ ଚର୍ଚ୍ଚତ ଟିଉସନ ଶିକ୍ଷକ ଖାନ୍ ସାର। ରକ୍ଷାବନ୍ଧନ ଅବସରରେ ପାଟନାର ଲୋକପ୍ରିୟ ଅନଲାଇନ୍ ଟିଉସନ ଶିକ୍ଷକ ଖାନ ସାରଙ୍କ ହାତରେ ତାଙ୍କର ୭,୦୦୦ ଛାତ୍ରୀ ରାଖି ବାନ୍ଧିଥିବା ଜଣାଯାଇଛି।

ଭୁବନେଶ୍ୱର ଏୟାରପୋର୍ଟରେ ନୂଆ ATC ଟାୱାର; ଜିରୋ ଭିଜିବିଲିଟିରେ ବିମାନକୁ କରିବ ଟ୍ରାକ୍ ।

ଇଣ୍ଡିଆ ମେଂଟ ବୈଠକ ପୂର୍ବରୁ ହଲଚଲ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରେସରେ ବଢୁଛି ଦାବିଦାରଙ୍କ ସଂଖ୍ୟା, ଆପ କହିଲା କେଜ୍ରିୱାଲଙ୍କୁ କରାଯାଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ।

ଏକ ସ୍ବାଭାବିକ ସାର୍ବଭୌମତ୍ବ ପ୍ରକ୍ରିୟା, ଏହାର ଅଧିକ ବାଖ୍ୟା କରାଯିବା ଅନୁଚିତ୍ : ମାନଚିତ୍ର ବିବାଦ ଉପରେ କହିଲା ଚୀନ ।

ଦିଲ୍ଲୀ ୱାକଅଫ୍ ବୋର୍ଡରୁ ଫେରସ୍ତ ନିଆଯିବ ୧୨୩ ସମ୍ପତ୍ତି, ଜାରି ହେଲା ନୋଟିସ୍ , ଜାମା ମସଜିଦ୍ ମଧ୍ୟ ସାମିଲ ।

ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଅଦାନୀ ହିଣ୍ଡେନବର୍ଗ ମାମଲାରେ ନୂଆ ମୋଡ଼, ୧୫ ବିଦେଶୀ ନିବେଶକଙ୍କ ଉପରେ ଇଡିର ସନ୍ଦେହ ।

ଆସାମରେ ଜଳ ପ୍ରଳୟ: ୨୨ ଜିଲ୍ଲାର ୩.୪୦ ଲକ୍ଷ ଲୋକ ପ୍ରଭାବିତ, ପାଣିରେ ବୁଡ଼ିଲା ବ୍ୟାଘ୍ର ସଂରକ୍ଷଣ ଓ ଅଭୟାରଣ୍ୟ ।

ବିବାହ ବାର୍ଷିକୀରେ ପତ୍ନୀଙ୍କୁ ବନ୍ଧୁକ ଉପହାର, ଫଟୋ ସେୟାର କରି ଫସିଲେ ପୂର୍ବତନ TMC ନେତା ।

ଅମିତାଭ ବଚ୍ଚନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କହିଲେ- ବଚ୍ଚନ ମୋ ପାଇଁ ଭାରତ ରତ୍ନ ।

Super Blue Moon: ଦୀର୍ଘଦିନ ପରେ ଆକାଶରେ ଦୃଶ୍ୟମାନ ହେଲା ଚନ୍ଦ୍ରର ଦୁର୍ଲ୍ଲଭ ଦୃଶ୍ୟ ।

ରୁଷ ଉପରେ ୟୁକ୍ରେନର ବଡ଼ ପ୍ରହାର, ଏୟାରପୋର୍ଟ ଉପରେ ୨୦ ଡ୍ରୋନ୍‌ରେ ଆକ୍ରମଣ ।

ଶରଦ ପାୱାରଙ୍କ ବଡ଼ ଖୁଲାସା; ବିଜେପି ଲିଙ୍କ୍‌ରେ ଅଛନ୍ତି ମାୟାବତୀ, ଅକାଳୀ ଦଳର ଗତି କୁଆଡ଼େ କହିଲେ ଏନ୍‌ସିପି ମୁଖିଆ ।

ବ୍ଲଡ ପ୍ୟାକେଟରେ ଲେଖାଯାଇଛି A ପଜିଟିଭ ରକ୍ତ। ବ୍ଲଡ ପ୍ୟାକେଟରେ ରହିଛି B ପଜିଟିଭ ରକ୍ତ। ଏପରି ଭିନ୍ନ ଗ୍ରୁପର ରକ୍ତ ନେଇ ଜଣେ ରୋଗୀ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କଟକର ଏକ ଘରୋଇ ହସ୍ପିଟାଲରେ।।
ସୁପ୍ରଭାତ ,ଶୁଭ ସକାଳ ।

You may have missed