March 11, 2026

ଗଜପତି:- ଆକାଂକ୍ଷା ମହିଳା ସଂଗଠନ ତରଫରୁ ନିଆରା ଢଙ୍ଗରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ପାଳନ ।

IMG-20230830-WA0029
Share

ଗଜପତି:- ଆକାଂକ୍ଷା ମହିଳା ସଂଗଠନ ତରଫରୁ ନିଆରା ଢଙ୍ଗରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ପାଳନ ।
———————————————————————–
ଗଜପତି ଜିଲ୍ଲା ର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ତରଫରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମି ଗ୍ରାମ ସ୍ଥିତ କୃଷି   କ୍ଷେତ୍ର ଠାରେ ନିଆରା ଢଙ୍ଗରେ କୃଷକ ଭାଇ ମାନଙ୍କୁ ନେଇ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି।
ଏହି ପରିପ୍ରେକ୍ଷୀରେ କୃଷକ ଭାଇ ମାନେ ସାନଙ୍କ ଚାଷ ଜମିରେ ଘାସ ବଛା ଓ ଅନ୍ୟାନ୍ୟ କାମ କରୁଥିବା ବେଳେ ସେମାନଙ୍କୁ ଆକାଂକ୍ଷା ସଂଗଠନର ମହିଳା ମାନେ ଚାଷ ଜମି ଠାରେ  ଧୂପ , ଦୀପ , ଚନ୍ଦନ ଓ ପୁଷ୍ପ ରେ ବନ୍ଦାପନା କରାଯାଇ ହୁଳହୁଳି ଦେବା ସହ ଉପଢୌକନ ଦେଇ ସେମାନଙ୍କୁ ସମ୍ମାନିତ କରିଥିଲେ ଏବଂ କୃଷକ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ  ଶୁଭକାମନା କରା ଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅଧ୍ୟକ୍ଷତା କରି କହିଥିଲେ ଯେ କୃଷକ ମାନେ ହେଉଛନ୍ତି ଆମ ଦେଶର ଅନ୍ନ ଦାତା। ଦେଶର ଉନ୍ନତି ଓ ପ୍ରଗତି ର ମୁଖ୍ୟ ନାୟକ ସେମାନଙ୍କ ର ସୁରକ୍ଷା ଆମ ସମସ୍ତଙ୍କ ର କର୍ତ୍ତବ୍ୟ।  ସଂସ୍କୃତି ଓ ପରମ୍ପରା କାର୍ଯ୍ୟକ୍ରମ କୃଷକ ଭାଇ ମାନଙ୍କୁ ରାଖି ବାନ୍ଧି ଖୁସି ହେଲୁବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ଡଃ କଲ୍ୟାଣୀ ମିଶ୍ର ,  ସ୍ଵର୍ଣ୍ଣପ୍ରଭା ପାଠୀ , ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ପ୍ରମୁଖ ଯୋଗଦେଇ  କୃଷକ ଭାଇ ମାନଙ୍କ ସହିତ ମିଶି ଆଜି ଜମିରେ ଘାସ ବାଛିବା ସହିତ କିଛି ସମୟ କୃଷି କ୍ଷେତ୍ର ରେ ବିତାଇ ଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି କର୍ମୀ ପି ଉଷା ଦେବୀ ଏବଂ ଗ୍ରାମର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
———————————————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି