ଗଜପତି: ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି: ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ।
———————————————-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ଯାଳୟ ର ସମ୍ମିଳନୀ କକ୍ଷ ଠାରେ ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ଙ୍କ ତତ୍ବାବଧାନ ଏବଂ ପ୍ରଧାନ ଶିକ୍ଷକ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ପୌରହିତ୍ଯ ରେ ଏହି ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଉତ୍ସବରେ ମଞ୍ଚାସିନ ଅତିଥି ମାନେ ମୁଖ୍ୟତଃ ସଂସ୍କୃତ ଭାଷା’ର ମହତ୍ବ , ଗୁରୁତ୍ୱ ଓ ଆବଶ୍ଯକତା ବିଷୟ’ରେ ନିଜ ନିଜର ମତ ଉପସ୍ଥାପନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ଭାବେ ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟ’ର ଅଧ୍ଯକ୍ଷ ଶ୍ରୀ ସୁଦର୍ଶନ ତ୍ରିପାଠୀ ଏବଂ ମଖ୍ଯବକ୍ତା ଭାବେ ଏସ:କେ:ସି:ଜି: ମହାବିଦ୍ୟାଳୟ’ର ସଂସ୍କୃତ ବିଭାଗ ପ୍ରମୁଖ ଡ଼ଃ ବିଘ୍ନେଶ୍ବର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ପଣ୍ଡିତ କୁମୁଦ ରଂଜନ ଦାଶ ଏବଂ ବିଶିଷ୍ଟ ଅତିଥି ଭାବେ ଖାଣ୍ଡବା ସ୍ଥିତ ବଂଶଧାରା ଉଚ୍ଚ ବିଦ୍ଯାଳୟ ର ସଂସ୍କୃତ ଶିକ୍ଷକ ପଣ୍ଡିତ ଶୁଭାଶିଷ ପତି ପ୍ରମୁଖ ଯୋଗ ଦେଇ ସଂସ୍କୃତ ଭାଷା’ର ବୈଜ୍ଞାନିକ ସିଦ୍ଧାନ୍ତ ଓ ତତ୍ବ ବିଷୟ ରେ ଆଲୋଚନା କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଂସ୍କୃତ ଭାଷଣ , ସଂଗୀତ ଓ ଶ୍ଳୋକ ପାଠ ଉପସ୍ଥିତ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲା ।
ପରିଶେଷ’ରେ ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଏବଂ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————–