March 8, 2026

ପଥରରେ ଚାପି ହୋଇ ଦୁଇ ଶ୍ରମିକ ଙ୍କ ମୃତ୍ୟୁ ଘଟଣା ଆଜି ଶେଷ କୃତ୍ୟ ସମ୍ପୂର୍ଣ

IMG-20230828-WA0000
Share

ପଥରରେ ଚାପି ହୋଇ ଦୁଇ ଶ୍ରମିକ ଙ୍କ ମୃତ୍ୟୁ ଘଟଣା ଆଜି ଶେଷ କୃତ୍ୟ ସମ୍ପୂର୍ଣ
—————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡି ଗ୍ରାମର ନାରାୟଣ ନାହାକ (42)ଓ ମଧୁରଚୁଆ ଗ୍ରାମର ବିଷ୍ଣୁ ନାୟକ (24) ଙ୍କ ପଥର ରେ ଚାପି ହୋଇ ମୃତ୍ୟୁ ଘଟଣା କୁ ନେଇ ଉଭୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ମୃତକ ଦୁଇ ଶ୍ରମଜୀବୀ ସମ୍ପର୍କରେ ମାମୁଁ ଭଣଜା l ଉଭୟ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବନ୍ଧାଗୁଡା ଗ୍ରାମ ନିକଟସ୍ଥ ପଥରକୁଆଁରୀ ରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ଶୁକ୍ରବାର ସନ୍ଧ୍ୟା 6ଟା ବେଳେ ପଥରରେ ଚାପି ହୋଇ ଉଭୟ ଙ୍କ ମୃତ୍ୟୁ ହୋଇଥିଲା l
ଯାହାକୁ ନେଇ ଉଭୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଶୁକ୍ରବାର ରାତ୍ର 9 ଟା ବେଳେ ଏହି ଦୁଃଖଦ ଘଟଣା ଗ୍ରାମରେ ପହଞ୍ଚିବା ପରେ ଉଭୟ ଗ୍ରାମରେ ଆତ୍ମିୟ ସ୍ୱଜନ ମଧ୍ୟରେ କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା l ଫଳରେ ଉଭୟ ଗ୍ରାମର 80ପ୍ରତିଶତ ଘରେ ଚୁଲି ଜାଳିନଥିବା ଲକ୍ଷ କରାଯାଇଛି l
ନାରାୟଣ ପୂର୍ବରୁ ଗୁଜରାଟ ରାଜ୍ୟରେ ଦାଦାନ ଖଟୁଥିବା ବେଳେ ପ୍ରାୟ 8ମାସ ହେଲା ସେ ଜୈନେକ ବନ୍ଧୁ ଙ୍କ ସହଯୋଗରେ ମୋହନା ଅଞ୍ଚଳରେ ପଥର କୁଆଁରୀ ରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରିଆସୁଥିଲେ l
ସେହିପରି ବିଷ୍ଣୁ ନାୟକ କିଛି ବର୍ଷ ତଳେ ନିଜର ଭଉଣୀ ବିବାହ ପାଇଁ ଶସ୍ୟକ୍ଷେତ୍ର କୁ ବିକ୍ରି କରିଦିଆଯାଇଥିଲା l ତଥାପି ଋଣଭାରରେ ପରିବାର ବୁଡି ରହିବା ଯୋଗୁଁ ସେ ବାଧ୍ୟ ହୋଇ ମାମୁଁ ଙ୍କ ସହ ପଥର କୁଆଁରୀ ରେ ଖଟିବା ପାଇଁ ଗଜପତି ଜିଲ୍ଲା କୁ ଯାଇଥିଲେ l ବାପା ଓ ମା ମଧ୍ୟ ଗ୍ରାମରେ ମୁଲଲାଗି ଚଳୁଥିବା ବେଳେ ବାପା ମା ଙ୍କ ନିକଟରେ ସାନ ଭାଇ ରହୁଥିଲେ l ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ l ଦୁଇଭାଇ ଅବିବାହିତ ରହିଥିବା ବେଳେ ବିଷ୍ଣୁ କରଜ ଅର୍ଥ ପରିଶୋଧ କରିବା ନେଇ ଅନ୍ୟଜିଲ୍ଲାରେ ଶ୍ରମଜୀବୀ ଭାବେ କାର୍ଯ୍ୟକରିବା ପାଇଁ ଯିବାକୁ ବାଧ୍ୟ ହୋଇଥିଲେ l ବର୍ତ୍ତମାନ ସୁଧା ଉଭୟ ଶ୍ରମଜୀବୀ ପଥର ତଳେ ବାହାର କରି ଗଜପତି ଜିଲ୍ଲା ପ୍ରଶାସନ ଉଭୟ ଶ୍ରମଜୀବୀ ଙ୍କ ଶବ ଉଦ୍ଧାର କରିବା ଓ ଉଭୟ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବୀ କରିଛନ୍ତି l ଆଜି ନିଜ ନିଜ ଗ୍ରାମରେ ସେମାନଙ୍କ ଶବ ମସାଣି ରେ ଦାହ କରାଯାଇଛି l ବାପା କୁ ହରାଇ ପୁଅ ଝିଅ ଭୋ ଭୋ ହୋଇ କାନ୍ଦୁ ଛନ୍ତି ମଧ୍ୟ୍ୟନ ଗ୍ରାମ କୁ ଶବ ଆସିବା ପରେ ପରିଜନ ସାହି ପଡିସା ଙ୍କ ଆଖିରୁ ଲୁହ ବାହାରି ଆସିଥିଲା l ବଞ୍ଚିବା ପାଇଁ ସେମାନେ ସରକାର ଙ୍କ ସାହାଯ୍ୟ କୁ ଚାହିଁରହିଛନ୍ତି l
ସୂଚନା ଯୋଗ୍ୟ ଯେ ଗତ 2018 ମସିହାରେ ଆନ୍ଧ୍ର ପ୍ରଦେଶର ଏକ ପଥର କୁଆଁରୀ ରେ ବିସ୍ମରଣ ଘଟି ସ୍ଥାନୀୟ ଅଞ୍ଚଳ ର 6 ଶ୍ରମଜୀବୀ ମୃତ୍ୟୁ ବରଣ କରିଥିବା ବେଳେ ପୁଣି ଏହି ଦୁଃଖଦ ଘଟଣା ଅଞ୍ଚଳବାସୀ ଙ୍କୁ ମର୍ମାହତ କରିଛି l