June 20, 2026

ଆଦିବାସୀ ସାହି ହିକିରି କୁପା ଗ୍ରାମରେ କୁଇ ସମାଜ କଲ୍ୟାଣ ସମିତିର ମାସିକ ସତସଙ୍ଗ ବୈଠକ ଅନୁଷ୍ଠିତ

IMG-20230827-WA0029
Share

ଆଦିବାସୀ ସାହି ହିକିରି କୁପା ଗ୍ରାମରେ କୁଇ ସମାଜ କଲ୍ୟାଣ ସମିତିର ମାସିକ ସତସଙ୍ଗ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୭/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲିଲିଗୁଡା ଗ୍ରାମ ପଞ୍ଚାୟତ ଅଧୀନ ଥିବା ଆଦିବାସି ଶାହି ହିକିରି କୁପା ଗ୍ରାମରେ ଠାରେ ବହୁ ଆଡ଼ମ୍ବରରେ ମାସିକ ସତସଙ୍ଗ ବୈଠକ ସାଙ୍ଗରେ ଗ୍ରାମର ୯ରୁ ୧୦ ପରିବାରଙ୍କୁ ସଂସ୍କାର ଦିକ୍ଷା ମଧ୍ୟ କରାଯାଇଛି । ଏଥିରେ ପୁରହିତ ଜଗନ୍ନାଥ ଦାସ ଏବଂ କୁଇ ସମାଜ ସର୍ବ ଉଚ୍ଚ ସଭାପତି ଶ୍ରୀ କବି ରାଜ ମଳିକ, ବନ୍ଧା ଗୁଡ଼ା ଜୋନ୍‌ ସଭାପତି ଶ୍ରୀ ରବିନ୍ଦ୍ର ମଳିକ, ସଂସ୍କାର କମିଟି ସଭାପତି ଶ୍ରୀ ନାରଦ ମିଳିକ,୯ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚନ୍ଦ୍ର କୁମାର ମଳିକ ଓ ଲିଲିଗଡ ସମିତି ସଭ୍ୟ ଶ୍ରୀ ମୁନା ମଳିକ ବନ୍ଧା ଗୁଡ଼ା ଜୋନର ସମସ୍ତ
ସତସଙ୍ଗ ଗୁରୁଜିମାନେଉପସ୍ଥିତ ଥିଲେ । ହିକିରି କୁପା ଗ୍ରାମର ସମସ୍ତ ବାପା ଓ ମା ଏବଂ ଯୁବକ ଓ ଯୁବତୀ ମାନଙ୍କ ସହ ଯୋଗାଯୋଗରେ କାର୍ଯ୍ୟଟି ଆୟୋଜନ କରିଥିଲେ ଏଥିରେ ମୁଖ୍ୟ ପରିଚାଳନା ବା ପ୍ରମୁଖ ଭାବେ କାର୍ଯ୍ୟ କରିଥିଲେ ଶ୍ରୀ ବିଳାସ ମାଝୀ ଏବଂ ଗ୍ରାମର ସମସ୍ତ ଯୁବ ଗୋଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

You may have missed