August 26, 2026

ଗଞ୍ଜାମ ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁପ୍ରସ୍ତୁତି ବୈଠକ

IMG-20230826-WA0000
Share

ଗଞ୍ଜାମ ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁପ୍ରସ୍ତୁତି ବୈଠକ

=====================
ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଚଳିତ ବର୍ଷ ଅଗଷ୍ଟ 31ରେ ସ୍ୱାୟତ୍ତ ଶାସନ ଦିବସ ଗଞ୍ଜାମ ଏନ ଏ ସି ରେ ପାଳନ ହେବ କି ନାହିଁ ? ଅନିଶ୍ଚିତା ଭିତରେ ରେ ଥିଲେ ଗଞ୍ଜାମ ବାସି l ଇଓ ଙ୍କ ନିଜସ୍ୱ ଉଦ୍ୟମ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ଏନଏସି ଇଓ ଅବିନାଶ ମିଶ୍ର ଜରୁରୀ ବୈଠକ ଡାକିବା ସହ ଜନପ୍ରତିନିଧିଙ୍କୁ ଚିଠି କରିଥିଲେ l ଫଳରେ ଶୁକ୍ରବାର ଅପରାହ୍ନରେ ଏନଏସି ସଭା ଗୃହ ଥରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଏନଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକି ଅଧକ୍ଷତା କରିଥିଲେ l କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, କାଉନ୍ସିଲର ସୁଜାତା ମହାନ୍ତି, ସଂଯୁକ୍ତା ଦାସ, ସବିତା ବେହେରା,, ମହାଲକ୍ଷ୍ମୀ ନାୟକ, ପୁରସ୍ତମ ସାହୁ, ଚନ୍ଦ୍ରଶେଖର ରେଡ୍ଡୀ, ମୋହନ ରେଡ୍ଡୀ,ଅରୁଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଏନଏସି କାର୍ଯ୍ୟାଳୟରେ ଜଗା ଅଭାବ ଯୋଗୁଁ ପ୍ରଥମ ଥର ପାଇଁ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଲାଗି ନିସ୍ଵତୀ ନିଆଯାଇଥିଲା l ସକାଳ ସାଢେ ଆଠଟା ରେ ପତାକା ଉତୋଳନ ପାଇଁ ନିସ୍ଵତୀ ନିଆଯାଇଥିଲା l ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତଙ୍କୁ ଚିଠି କରିବା ପାଇଁ ଇଓ ମିଶ୍ର ପରାମର୍ଶ ଦେଇଛନ୍ତି l ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟେକ ବାରଟି ୱାର୍ଡରେ ପତାକା ଉତ୍ତୋଳନ କରାଯିବ ବୋଲି ଇଓ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଏଥିସହ ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ପାଇଁ ସ୍କୁଲ ଗୁଡିକୁ ଚିଠି ମାଧ୍ୟମରେ ଅବଗତ କରାଯିବା ପାଇଁ କୁହାଯାଇଛି l ଏଥିସହ ଉକ୍ତ କାର୍ଯ୍ୟକ୍ରମ ଦିନ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରତିଭା ନୃତ୍ୟ ପଦର୍ଶନ କରିବେ ଏବଂ ସେମାନଙ୍କୁ ଏନଏସି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଜଣାପଡୁଛି l ଏଥିପାଇଁ ବିଭିନ୍ନ ଦାୟିତ୍ୱ ଏନଏସି କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି l ଏହି ପ୍ରସ୍ତୁତି ବୈଠକରେ ଏକାଉଣ୍ଟନ ଦୀପ୍ତି ରଞ୍ଜନ ପୃଷ୍ଟି, କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ସାନିଟେସନ ଏକ୍ସପଟ ସୁମିତ ବେହେରା, ସିଏମଏମ ଭାଗ୍ୟଶ୍ରୀ ନାୟକ, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରିୟା ସାବତ, ସିଓ ସ୍ୱପ୍ନା ରାଣୀ ମହାପାତ୍ର, ମୁକ୍ତା ଅଧିକାରୀ ଚିନ୍ମୟ ପୃଷ୍ଟି, ଉତ୍ତମ ବେହେରା,, ଟିଟୁ ମହାପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

You may have missed