ଚିତ୍ର ମଧ୍ୟମ ରେ ନିଜର ମତ ରଖିଲେ ସ୍ନିଗ୍ଧା ସ୍ୱୟଂ ପ୍ରଭା ଦାଶ । ସବୁ ପ୍ରତୀକ୍ଷାର ଅନ୍ତ, ଘଟାଇ ଶେଷରେ ଚନ୍ଦ୍ରରେ ପାଦ ଥାପି ସାରା
ଚିତ୍ର ମଧ୍ୟମ ରେ ନିଜର ମତ ରଖିଲେ ସ୍ନିଗ୍ଧା ସ୍ୱୟଂ ପ୍ରଭା ଦାଶ ।
ସବୁ ପ୍ରତୀକ୍ଷାର ଅନ୍ତ, ଘଟାଇ ଶେଷରେ ଚନ୍ଦ୍ରରେ ପାଦ ଥାପି ସାରା ବିଶ୍ୱରେ ଇତିହାସ ରଚିଛି ଭାରତ l ଇସ୍ରୋ ବୈଜ୍ଞାନିକ ଙ୍କ ସମସ୍ତ ପ୍ରଚେଷ୍ଟା ଓ ପରିଶ୍ରମର ଫଳ ଆଜି ଦେଶବାସୀ ଙ୍କୁ ମିଳିଛି ।୨୦୧୯ ରେ ଭାରତ ତାର ଚନ୍ଦ୍ର ଅଭିଯାନରେ ବିଫଳ ହୋଇଥିବା ବେଳେ ଅକ୍ଲାନ୍ତ ପରିଶ୍ରମ ପରେ ଏବେ ଇସ୍ରୋର ଚନ୍ଦ୍ର ମିଶନ ଚନ୍ଦ୍ରୟାନ୩ ସଫଳତା ପୂର୍ବକ ଚନ୍ଦ୍ରରେ ଅବତରଣ କରିଛି l ଆଜି ଏକ ଅବିଶ୍ଵସନୀୟ କାର୍ଯ୍ୟ କରି ଭାରତ ପ୍ରମାଣ କରିଦେଇଛି ଯେ ଆମେ କାହାଠାରୁ କମ୍ ନୁହେଁ l ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲାଣ୍ଡିଂ କରି ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ରଚି ଛି l ଲ୍ୟାଣ୍ଡର ଅବତରଣ ପରେ ସେଥିରୁ ପ୍ରଜ୍ଞାନ ରୋଭର ବାହାରି ଯାଇ, ଚନ୍ଦ୍ର ପୃଷ୍ଠର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ପଠାଇବ l ସେଠାକାର ସ୍ଥିତି ବସବାସ ଉପଯୋଗୀ କି ନା ବୈଜ୍ଞାନିକ ଗବେଷଣା କରିବେ । ୨୦୦୮ ରେ ପ୍ରଥମ ଚନ୍ଦ୍ରୟାନ ୧ ଉତ୍ତରମେରୁ ରେ ସଫଳତାର ସହ ଲାଣ୍ଡିଙ୍ଗ କରି ପରେ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ସବିଶେଷ ତଥ୍ୟ ପଠାଇପlରିନଥିଲା l ଏହାପରେ ଚନ୍ଦ୍ରୟାନ୍ ୨, ୨୦୧୯ରେ ଅସଫଳ ହେବାରୁ ଇସ୍ରୋ ବୈଜ୍ଞାନିକ ସମେତ ପୁରା ଭାରତ ବାସୀଙ୍କୁ ମର୍ମାହତ କରିଥିଲା । ଦୁଃଖ ପରେ ସୁଖ ଆସିବା ପରି ୨୦୨୩ ରେ ଚାନ୍ଦ୍ରୟାନ ୩ ଦୃଢ଼ ବିଶ୍ବାସ ଓ ଭରସା ସହ ଆଗେଇ ଯାଇ ଚନ୍ଦ୍ର ପୃଷ୍ଠରେ ସଫଳତା ସହ ଧlରାବତରଣ କରି ପାରିଛି l ଆମର ହଜାର ହଜାର ବୈଜ୍ଞାନିକ, ଯନ୍ତ୍ରୀ, କର୍ମଚାରୀ ଓ ଶିଳ୍ପ ସମୂହର ଉଦ୍ୟମ ଯୋଗୁ ଏହି ସଫଳତା ମିଳିପାରିଛି l ଚନ୍ଦ୍ରାୟନ ୩ ର ସଫଳତା ପରେ ଏହାର ମୁଖ୍ୟ ଏସ୍, ସୋମନାଥନ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ l ଏଥିପାଇଁ ସାରା ଦେଶର କୋଣ ଅନୁକୋଣ ରୁ ଲୋକ ଙ୍କ ପ୍ରାର୍ଥନା, ଜଜ୍ଞ ପ୍ରଭୁତି ସାକାର ହୋଇଛି ବୋଲି ଦେଶବାସୀଙ୍କ ମଧ୍ୟରେ ବାର୍ତ୍ତାର ଛୁଟୁଛି l ଏହି ଚନ୍ଦ୍ରାୟନ୍ ୩ ସମ୍ବଧରେ ଯଶୋବନ୍ତ ପୁର ର ସ୍ନିଗ୍ଧା ସ୍ୱୟଂ ପ୍ରଭା ଦାଶ ,ଜଣେ ଚିତ୍ର ଶିଳ୍ପୀ ଭାବେ,ଏହା ବର୍ଣ୍ଣନା କରିବା ସହ,ଚିତ୍ର ମାଧ୍ୟମରେ ତାଙ୍କର ମତ ଉପସ୍ଥାପନ କରି ଛନ୍ତି । ଦୁଃଶାସନ ନାୟକ,ଅସ୍ତରଙ୍ଗ