November 24, 2024
Share

*ଖବର ଆଜିର*
*ତାରିଖ ୨୨/୦୮/୨୩, ମଙ୍ଗଳବାର*

*୧-ରାଜ୍ୟର ୯ଟି ନୂଆ ଶିଳ୍ପ ପ୍ରକଳ୍ପକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ, ୯ଟି ପ୍ରକଳ୍ପରେ ନିବେଶ ହେବ ୮୭୩ କୋଟି, ନିଯୁକ୍ତି ପାଇବେ ୨୫୧୬ ଜଣ।*

*୨-ଆଗୁଆ ନିର୍ବାଚନ ପ୍ରସ୍ତୁତି , ସେପ୍ଟେମ୍ବର ୨୦ ସୁଦ୍ଧା ଭାଙ୍ଗିବ ବିଧାନସଭା, ଖୁବଶିଘ୍ର ମୌସୁମୀ ଅଧିବେଶନ ବିଜ୍ଞପ୍ତି।*

*୩-ଆସନ୍ତା ୩୦ ତାରିଖରେ ରାକ୍ଷୀ ପୂର୍ଣ୍ଣିମା, ଖୋଲିଲାଣି ରାକ୍ଷୀ ପସରା, ତ୍ରିଶୂଳ ରାକ୍ଷୀର ରହିଛି ବେଶୀ ଚାହିଦା।*

*୪-ଭୁବନେଶ୍ୱର:୨୩.୫୦ ଲକ୍ଷ ଚାଷୀ ଫସଲ ବୀମା ପଞ୍ଜୀକୃତ, ରାଜ୍ୟ ସରକାର ବହନ କରିବେ ୮୫୦ କୋଟି।*

*୫-କଟକ: ବୋର୍ଡ ସଭାପତି ଦାୟିତ୍ୱ ନେଲେ ଜ୍ୟୋତି ପ୍ରକାଶ ଦାଶ, ତ୍ରୁଟି ଶୂନ୍ୟ ପରୀକ୍ଷା ଓ ସ୍ବଚ୍ଛତାକୁ ଦେବେ ଗୁରୁତ୍ୱ।*

*୬-କଟକ:’ମାନବ’ ପୋର୍ଟାଲ ଲୋକାର୍ପିତ , SC, ST ଅପରାଧିକ ମାମଲାରେ ତଦନ୍ତ ହେବ ତ୍ବରାନ୍ବିତ।*

*୭-ଭୁବନେଶ୍ୱର:ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ସଚିବ ଭିକେ ପାଣ୍ଡିଆନ, ଜନତା ମଇଦାନରେ କଲେ ସମ୍ବୋଧନ।*

*୮-ଭୁବନେଶ୍ୱର: କିଟ୍ ଇଣ୍ଟରନ୍ଯାସନାଲ ସ୍କୁଲର ଛାୟା ଜାତିସଂଘ ଉଦଯାପିତ।*

*୯-କାଲିମେଳା:ଗୋ-ଚାଲାଣ ବେଳେ ଦୁଇଟି କଣ୍ଟେନର ଜବତ, ନବରଙ୍ଗପୁରରୁ ହାଇଦ୍ରାବାଦକୁ ହେଉଥିଲା ଚାଲାଣ।*

*୧୦-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ୍‌ରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ୧୦୧ କୋଟି ଟଙ୍କା ମଞ୍ଜୁର।*

*୧୧-ଭୁବନେଶ୍ୱର:କ୍ୟାପିଟାଲ ହସ୍ପିଟାଲରେ ଆଜିଠୁ ଖୋଲିବ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର।*

*୧୨-ଓଡ଼ିଶାର ୧୪ଟି ସ୍କୁଲକୁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁରୀ, ୨୦୨୩-୨୪ ଆର୍ଥିକ ଶିକ୍ଷା ବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଅର୍ଥ ମଞ୍ଜୁରୀ।*

*୧୩-ନୂଆପଡା ବୋଡେ଼ନ ଥାନା ଅନ୍ତର୍ଗତ ବୁଢ଼ାପରା ପ୍ରାଥମିକ ଉଚ୍ଚ ବିଦ୍ୟାଳୟ:ନାଳରେ ପଡି ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ସ୍କୁଲ ସମ୍ମୁଖରେ ଧାରଣା।*

*୧୪-ଅନୁଗୋଳ:ପବିତ୍ର ମୋହନ ସେତୁ ନାମରେ ନାମିତ ହେଲା କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ।*

*୧୫-ରାସ୍ତାକଡ଼ରୁ ପରିବା କିଣି UPIରେ ପେମେଣ୍ଟ କଲେ ଜର୍ମାନୀ ମନ୍ତ୍ରୀ, ଭାରତର ଡିଜିଟାଲ ଭିତ୍ତିଭୂମି ଦେଖି ପ୍ରଶଂସାରେ ଶତମୁଖ।*

*୧୬-ନୂଆ ଦିଲ୍ଲୀ:ଏସିଆ କପ ପାଇଁ ଟିମ ଘୋଷଣା, ରୋହିତ ଶର୍ମାଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଟିମ।*

*୧୭-୬ ମାସରେ ଖୋର୍ଦ୍ଧା ଜିଲ୍ଲାର ସବୁ କଲେଜର ହେବ ରୂପାନ୍ତରଣ, ସବୁ +୨ ଓ +୩ କଲେଜର ହେବ ରୂପାନ୍ତର।*

*୧୮-ବ୍ରିକ୍ସ ଶିଖର ସମ୍ମିଳନୀ: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଯିବେ ଦକ୍ଷିଣ ଆଫ୍ରିକା, ୪୦ ବର୍ଷ ପରେ ପିଏମ୍‌ଙ୍କ ଗ୍ରୀସ୍‌ ଯାତ୍ରା।*

*୧୯-ବିକ୍ରମକୁ ସ୍ବାଗତ କଲା ଚନ୍ଦ୍ରଯାନ ୨ର ଅର୍ବିଟର , ଚନ୍ଦ୍ରର ଅପର ପାର୍ଶ୍ୱର ଫଟୋ ପଠାଇଲା ବିକ୍ରମ।*

*୨୦-ଲୁନା-୨୫ ଅଭିଯାନ ଅସଫଳ ହେବାରୁ ସାରା ବିଶ୍ୱକୁ ଝଟକା। ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ଅବତରଣ କରିଥାଆନ୍ତା।*

. *🙏 ସୁପ୍ରଭାତ 🙏*