November 22, 2024

ସମୂହ ଛୁଟିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ

Share

ସମୂହ ଛୁଟିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ
ସଂଘ
ବୁଗୁଡା : ତା ୧୯/୦୮/୨୩ : ଶିକ୍ଷାଗତ ଯୋଗ୍ୟତା +୨ରୁ +୩ କରିବା , ସର୍ବନିମ୍ନ ଦରମା ୨୧,୭୦୦ ଟଙ୍କାରୁ ୩୫,୪୦୦ ଟଙ୍କାକୁ ବୃଦ୍ଧି, ଗ୍ରେଡ୍ ପେ ବୃଦ୍ଧି ଏବଂ ଏହି ପଦବୀରେ ରହି ୧୦ ବର୍ଷ କାର୍ଯ୍ୟ କରିଥିବା ପିଇଓଙ୍କୁ ନୂତନ ପଦବୀ ଜିପିଡିଓ ସୃଷ୍ଟି କରି ଶତ ପ୍ରତିଶତ ପଦୋନ୍ନତି କରିବା ଆଦି ୪ ଦଫା ଦାବି ନେଇ ବିଭିନ୍ନ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଗତ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କଳାବ୍ଯାଜ୍ ପରିଧାନ କରିଥିଲେ । ୧୮ ତାରିଖ ସୁଦ୍ଧା ଦାବି ପୂରଣ ନ ହେବାରୁ ସେମାନେ ସମୂହ ଛୁଟିରେ ଯିବାକୁ ଆବେଦନ କରିଛନ୍ତି । ଏହି କ୍ରମରେ ବୁଗୁଡ଼ା ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ବିଡିଓ ବାସୁଦେବ ନାୟକଙ୍କ ନିକଟରେ ସାମୂହିକ ଛୁଟି ଆବେଦନ କରି ଶୁକ୍ରବାରଠାରୁ ନିଜ ନିଜର ଗ୍ରାମ ପଞ୍ଚାୟତକୁ ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଗୁଡା ବ୍ଲକ ପିଇଓ ସଂଘ ସଭାପତି ସୁବ୍ରତ ଗଡନାୟକ , ସମ୍ପାଦକ ପ୍ରଶାନ୍ତ କୁମାର ବେହେରା , କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ ୧୬ ଜଣ ପିଇଓ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।