November 24, 2024

ଗଜପତି:- ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ୍ର ଗଜପତି ଜିଲ୍ଲା ଶାଖା ପକ୍ଷରୁ ୨ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମ

Share

ଗଜପତି:- ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ୍ର ଗଜପତି ଜିଲ୍ଲା ଶାଖା ପକ୍ଷରୁ ୨ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମ
———————————————- ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜ୍ଯ ସଂଘ’ର ଆହ୍ବାନ କ୍ରମେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ , ଗଜପତି ଜିଲ୍ଲା ଶାଖା ପକ୍ଷ’ରୁ ୨ ଦଫା ମୁଖ୍ୟ ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମ ଆଜିଠାରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲା ସଂଘ’ର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥ’ଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଏକ ପଦଯାତ୍ରା ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରୁ ବାହାରି ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ’ରେ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବାହାଦୂର , ଉପ ସଭାପତି ଶ୍ରୀ ମଧୁ ପୋଲାକି , କୋଷାଧ୍ୟକ୍ଷ ଶ୍ରୀ ମନୋଜ ପଣ୍ଡା ଓ ରାଜ୍ୟ ସଂଯୋଜକ ଶ୍ରୀ ନୃସିଂହ ଚରଣ ମିଶ୍ର’ଙ୍କ ସହିତ ସମସ୍ତ ସାତ ଗୋଟି ବ୍ଳକ’ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଏଥିରେ ଯୋଗ ଦେଇଥିଲେ ।
ମୁଖ୍ୟତଃ ସରକାର’ଙ୍କ ନିକଟରେ ଉପସ୍ଥାପିତ ନ୍ଯାଯ୍ଯ ଦାବି ଯଥା:- ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରି ସର୍ତ୍ତାବଳୀ’ରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବଦଳ’ରେ ଯୁକ୍ତ ତିନି’କୁ ପରିବର୍ତ୍ତନ କରାଯିବା ସହ ଦରମା’ରେ ଥିବା ଅସଙ୍ଗତି ଦୂର କରିବା , ପଞ୍ଚାୟତ ରାଜ ବିଭାଗ’ର କ୍ୟାଡର’ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ କ୍ୟାଡରଭୁକ୍ତ କରିବା , ଶତ-ପ୍ରତିଶତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରୂପେ ପଦୋନ୍ନତି ଦେବା ଆଦି ଦାବୀ ଅନ୍ତର୍ଭୁକ୍ତ।
ଉକ୍ତ ଦାବିଗୁଡିକୁ ପୂରଣ କରିବା’ରେ ସରକାର ବିଫଳ ହେବାରୁ ଆଜି ଠାରୁ ପଞ୍ଚାୟତ ନିବାହୀ ଅଧିକାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ ଆନ୍ଦୋଳନ ସହିତ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏଥି ସହ ଏକ ଦାବି ପତ୍ର ଜିଲ୍ଲାପାଳ’ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ’ଙ୍କୁ ପ୍ରଦାନ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମ’କୁ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ , ଶ୍ରୀ କେ ମୂରଲୀ ଓ ଶ୍ରୀ ରାସ ବିହାରି ପାତ୍ର ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————–