ଭସାଇ ଠାରେ ଉତ୍କଳ ମହିଳା ସେବା ସଂସ୍ଥା ଦ୍ୱାରା ଆଜି ମୁମ୍ବାଇଠାରେ
ଭସାଇ ଠାରେ ଉତ୍କଳ ମହିଳା ସେବା ସଂସ୍ଥା ଦ୍ୱାରା ଆଜି ମୁମ୍ବାଇଠାରେ ବୈଠକ ଅନୁଷ୍ଠିତ ———– ଆଜି ଉତ୍କଳ ମହିଳା ସେବା ସଂସ୍ଥା ଭସାଇ ଠାରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତ୍ୟନ୍ତ ଖୁସି ଅନୁଭବ କରୁଛି। ଏହା ଏକ ସୁନ୍ଦର ମୁହୂର୍ତ୍ତ ରହିଥିଲା ମୋ ପାଇଁ। ସଂସ୍ଥା ଦ୍ବାରା ମତେ ସମ୍ବର୍ଦ୍ଧିତ କରି ଏକ ସୁନ୍ଦର ଅନୁଭବ ପ୍ରଦାନ କରିଛନ୍ତି। ସଂସ୍ଥାଟି ମହିଳା ତଥା ସମାଜ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟ କରୁଛି ଜାଣି ଖୁସି ଲାଗିଲା। ଏହାର ସଦସ୍ୟମାନଙ୍କୁ ଅନେକ ଅନେକ ଧନ୍ୟବାଦ।
ଉତ୍କଳ ମହିଳା ସେବା ସଂସ୍ଥା ଏହିଭଳି ଆଗକୁ ଭଲ କାମ କରିଚାଲୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି। ସଂସ୍ଥାର ପ୍ରଥମ ବାର୍ଷିକ ଉତ୍ସବରେ ମୂଖ୍ୟ ଉଦଘାଟକ ଭବ୍ୟ ମାନ୍ୟବର ବିଧାୟକ ନାଲାସୁପାରା, ମୁମ୍ବାଇ ଶ୍ରୀ କ୍ଷିତିଶ ଠାକୁର ଓ ସମ୍ମାନିତ ଅତିଥି ଭାବେ ଓଲିଉଡ଼ ସଙ୍ଗୀତକାର ଲୋପିତା ହୋତା , ସାହିତ୍ୟିକ ଲେଖିକା ଶ୍ରୀମତୀ ମୈତ୍ରି କମିଲା, ଶ୍ରୀ ଚକ୍ରବର୍ତ୍ତୀ ଷଡ଼ଙ୍ଗୀ, ଶ୍ରୀ ସୂର୍ଯ୍ୟ ଗୋଡ଼ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସଭାପତିତ୍ଵ କରିଥିଲେ ଶ୍ରୀ ମତୀ ଲିନୁ ନାୟକ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ଶ୍ରୀ ମତୀ ସାଗରିକା କେଶରୀ। ଉପସ୍ଥିତ ଅତିଥି ଓ ସଦସ୍ୟଙ୍କ ସହ ଭେଟ ହୋଇ ଖୁସି ଅନୁଭବ କରିଥିଲି।
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ। ମହିଳାମାନେ କିପରି ମିଶନ ଶକ୍ତିରୁ ୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଟଙ୍କା ନେଇ ଲାଭ ପାଇପାରିବେ ଓ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନାରେ କିପରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରିବେ ସେ ବିଷୟରେ ଅବଗତ କରାଇଥିଲି। ଏହାସହ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭାରେ ମହିଳାମାନଙ୍କ ୩୩% ସଂରକ୍ଷଣ ନେଇ ଯେଉଁ ଦାବି ଉଠାଇ ଆସୁଛନ୍ତି ଓ ଓଡ଼ିଶା ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଲାଗୁ କରି ଯେଉଁ ନୂଆ ରାସ୍ତା ଦେଖାଇଛନ୍ତି ତାହା ମହିଳାଙ୍କ ରାଜନୈତିକ ଭାଗିଦାରୀ ପାଇଁ କେତେ ଜରୁରୀ ସେ ବିଷୟରେ ଆଲୋଚନା କରିଥିଲେ।