August 24, 2026

ଓଡିଶା ସୀମାନ୍ତରେ ଗଞ୍ଜେଇ ସହ ମାଫିଆ କୁ ଗିରଫ କରିବାରେ ସଫଳ ହେଲା ଛତିସଗଡ଼ ପୋଲିସ

IMG-20230813-WA0011
Share

ଓଡିଶା ସୀମାନ୍ତରେ ଗଞ୍ଜେଇ ସହ ମାଫିଆ କୁ ଗିରଫ କରିବାରେ ସଫଳ ହେଲା ଛତିସଗଡ଼ ପୋଲିସ

କୋରାପୁଟ ଜ଼ିଲ୍ଲା ଚାନ୍ଦିଲି ଫାଣ୍ଡି ଅଧିନ ରେ ଥିବା ସୁର୍ଲି ଗ୍ରାମରେ 21kg ଗଞ୍ଜେଇ ସହ 9mm ପିସ୍ତଲ.200ଗ୍ରାମ ସୁନା ଓ ନଗଦ ଦେଢ଼ ଲକ୍ଷ ଟଙ୍କା ଛତିଶ ଗଡ଼ର ପୋଲିସ ଦ୍ୱାରା ପଡିଲାମ ଭତରା ଙ୍କ ଘରୁ ଜାଵତ ହୋଇଥିବା ଜଣାଯାଇଛି. ସୂଚନା ଅନୁଯାଇ ଶନିବାର ସକାଳ ସାଡ଼େ ଦଶ ଘଣ୍ଟା ସମୟ ରେ କୌଣସି ସୂତ୍ରରୁ ନଙ୍ଗର ନାର ପୋଲିସ ଖବର ପାଇଁ ସୁର୍ଲି ଗ୍ରାମରେ ପୋଡିଲାମ ଘରେ ଚଢ଼ାଉ କରିଥିଲେ I ସାମଗ୍ରୀ ଜବତ କରିବା ସହ ପଡିଲାମକୁ ନଙ୍ଗର ନାର ଥାନାକୁ ନେଇଥିବାଜଣାଯାଇଛି. ତାଙ୍କ ଘରେ ବଳାକା ତିରିଶ ଲକ୍ଷ ଟଙ୍କା ଥିଲା କିନ୍ତୁ ପୋଲିସ ଜବତ କରି ପାରି ନ ଥିବା ପ୍ରତ୍ୟକ୍ଷଦର୍ଶି ସୂଚନା ପ୍ରଦାନ କରିଥିବା ଜଣାଯାଇଛି. ହେଲେ ଚାନ୍ଦିଲି ଫାଣ୍ଡି ରୁ ମାତ୍ର ଦୁଇ କିଲମିଟର ଦୂରରେ ଚଢ଼ାଉ ହେଲା ଫାଣ୍ଡିଅଧିକାରୀ ଙ୍କ ପାଖରେ ଖବର ନାହିଁ କେମିତି ବୋଲି ଜନସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଅଛି. ସୀମାନ୍ତରେ ଶ୍ରୀମିକ ଚାଲାଣ. ବାଲି. ଗଞ୍ଜେଇ. ଏବଂ ଗୋ ଚାଲାଣ କୁ ରୋକିବାପାଇଁ ଜ଼ିଲ୍ଲା ପ୍ରଶାସନ ତୁରନ୍ତ ହସ୍ତ କ୍ଷେପ କରି ସମସ୍ତ ଯାନ ବହନ କୁ କଡ଼ା କଡ଼ି ଭାବେ ଯାଞ୍ଚ କରିବା ପାଇଁ ସାଧାରଣ ରେ ଦାବୀ ହେଉଥିବା ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି କୋଟପାଡ଼ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I