ସକାଳର ଖବର,
*╭──────────────────╮*
*🌄ସକାଳର ଖବର, ୧୩-ଅଗଷ୍ଟ-୨୦୨୩, ରବିବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-‘ହର ଘର ତିରଙ୍ଗା’ ଅଭିଯାନରେ ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ harghartiranga.com ରେ ତ୍ରିରଙ୍ଗା ସହ ଫଟୋ ଅପଲୋଡ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
➡️୨-ଆସନ୍ତାକାଲି ଠାରୁ ପୁରୀରେ ଅନୁଷ୍ଠିତ ହେବ ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’, ଫଟୋ ବଖାଣିବ କଳା ସଂସ୍କୃତିର ଅନନ୍ୟ କାହାଣୀ l
➡️୩-ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍ । ବିଲ୍କୁ ଅନୁମୋଦନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
➡️୪-ମଧ୍ୟପ୍ରଦେଶର ସାଗରରେ ରାଷ୍ଟ୍ର ବିକାଶ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବା ସହିତ ଦେଶ ପାଇଁ ଉତ୍ସର୍ଗୀକୃତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
➡️୫-ଦେଶରେ ବଦଳିବ ଇଂରେଜ ଅମଳର ଆଇନ । ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ, ନାବାଳିକାଙ୍କ ସହ ଅପରାଧ ପାଇଁ ଏଣିକି ହେବ ମୃତ୍ୟୁଦଣ୍ଡ l
➡️୬-ଦେଶରେ କମିପାରେ ଟମାଟୋ ଟେନସନ । ଭାରତକୁ ଶସ୍ତା ଦରରେ ଟମାଟୋ ରପ୍ତାନୀ କରିବ ନେପାଳ l
➡️୭-ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ l ଏବେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ବନ୍ଦ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ନିଷ୍ପତ୍ତି ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ୍, ଜଳସ୍ତର ୬୧୫.୧୦ ଫୁଟ l
➡️୮-ରାଜଧାନୀର ସର୍ବସାଧାରଣ ସ୍ଥାନରେ ବେଆଇନ୍ ଭାବେ ପୋଷ୍ଟର ଓ ବ୍ୟାନର ମାରି ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ଅଭିଯୋଗରେ ବିଏମସିର କାର୍ଯ୍ୟାନୁଷ୍ଠାନ। ଗୋଟିଏ ଯାତ୍ରା ପାର୍ଟି ଓ ଅନ୍ୟ ଏକ ମନୋରଞ୍ଜନଧର୍ମୀ ଘରୋଇ ଟିଭି ଚ୍ୟାନେଲ ଉପରେ ୫୦ ହଜାର ଟଙ୍କା ଲେଖାଏଁ ହେଲା ଫାଇନ୍ l
➡️୯-ମୟୂରଭଞ୍ଜ ଜିଲ୍ଲାର ୧୬ ବ୍ଲକରେ ହେଉଛି ମେଗା ପାଇପ୍ ଜଳ ପ୍ରକଳ୍ପ । ଏଥିପାଇଁ ୨୧୨୭ କୋଟି ବ୍ୟୟ ବରାଦ ହୋଇଛି । ଆଗାମୀ ଅକ୍ଟୋବର ସୁଦ୍ଧା ତାହା କାର୍ଯ୍ୟକ୍ଷମ ହେବ । ସୂଚନା ଦେଲେ ୫-ଟି ସଚିବ ଭିକେ ପାଣ୍ଡିଆନ ।
➡️୧୦-ଆନନ୍ଦପୁରର ସହିଦ ଯବାନ ସୁଶାନ୍ତଙ୍କ ଚିତା ଲିଭି ନ ଥିବା ବେଳେ ଆସାମ ରାଇଫଲ୍ସରେ କାର୍ଯ୍ୟରତ ବୀର ଯବାନ ନୀଳାଚଳ ପଟେଲ ହେଲେ ଶହୀଦ l ବରଗଡ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ସୁନାଲରମ୍ଭା ଗ୍ରାମପଂଚାୟତ ସ୍ଥିତ ବାଘପାଲି ଗ୍ରାମର l ସେ ୨୦୦୦ ମସିହାରୁ କାର୍ଯ୍ୟରତ ଥିଲେ।
➡️୧୧-ଲୁହରେ ଭିଜିଲା ଆନନ୍ଦପୁର ସହରରେ ସହିଦ ଶୁଶାନ୍ତଙ୍କ ମରଶରୀର ପଟୁଆର ରେ ହଜାର ହଜାର ଜନତାଙ୍କ ଶେଷ ଦର୍ଶନ l ବୈତରଣୀ ନଦୀ କୂଳରେ ପାର୍ଥିବ ଶରୀରକୁ ଗାଡ ଅଫ ଅନର ଓ ତୋପ ସଲାମୀ ପରେ ରାଷ୍ଟ୍ରମର୍ଯ୍ୟାଦା ସହିତ ହେଲା ଶବଶଶ୍ନାର ସମ୍ପନ୍ନ l
➡️୧୨-କ୍ରିମିଆ ପୋଲ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ୧୪ଟି ଡ୍ରୋନକୁ ଖସାଇଲା ରୁଷ୍ l
➡️୧୩-ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହେଲେ ଅନୱର ଉଲ ହକ୍ କାକର୍ l
➡️୧୪-ଟ୍ରାଫିକ ପୋଲିସଙ୍କୁ ନେଇ ଆସିଲା ବଡ଼ ଖବର । ଏଣିକି ସେମାନେ ପିନ୍ଧିବେ ଏସି ହେଲମେଟ । ଗୁଜରାଟର ଅହମ୍ମଦାବାଦ ଟ୍ରାଫିକ ପୋଲିସ ପାଇଁ ଆସିଛି ଏହି ନିୟମ ।
➡️୧୫-ମସ୍କଙ୍କ ହାତକୁ ନିୟନ୍ତ୍ରଣ ଯିବା ପରେ ଜୁନ୍-ଜୁଲାଇରେ ଭାରତରେ ବ୍ୟାନ୍ ହୋଇଛି ୨୩ ଲକ୍ଷରୁ ଅଧିକ ଟ୍ବିଟର ଆକାଉଣ୍ଟ୍ l
➡️୧୬-ବ୍ରିଟେନରେ ପୁଣିଥରେ କରୋନା ନୂଆ ଭାରିଆଣ୍ଟ ନେଇ ଆତଙ୍କ, ୨୮ ଦିନରେ ସଂକ୍ରମଣରେ ୮୦ ପ୍ରତିଶତ ବୃଦ୍ଧି l
➡️୧୭-ପ୍ୟାରିସ୍ର ଇଫେଲ ଟାୱାରରେ ବୋମା ଆତଙ୍କ, ଟାୱାରର ୩ ମହଲା ଓ ଏକ ରେଷ୍ଟୁରାଣ୍ଟକୁ ଖାଲି କଲା ପୋଲିସ l ପ୍ରତିଦିନ ଆସନ୍ତି ୧୭ ହଜାରରୁ ଅଧିକ ପର୍ଯ୍ୟଟକ l
➡️୧୮-ଇଣ୍ଡିଆ-ୱେଷ୍ଟଇଣ୍ଡିଜ t-20 : ଜୟସଓ୍ଵାଲ ଓ ଗିଲ୍ଙ୍କ ଦୁର୍ଦ୍ଦଷ ବ୍ୟାଟିଂରେ ଓ୍ଵେଷ୍ଟଇଣ୍ଡିଜ ଧରାଶାୟୀ, ସିରିଜ୍ ବରାବର l ଆଜି ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା ଖେଳାଯିବ।
➡️୧୯-ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ମାଲେସିଆକୁ ହରାଇ ଚତୁର୍ଥ ଟାଇଟଲ ଜିତିଲା ଭାରତ l ଫାଇନାଲ ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପାଇଁ ଭାରତର ହାର୍ଦିକ ସିଂହ ହେଲେ ପ୍ଲେୟାର ଅଫ ଦି ମ୍ୟାଚ l
➡️୨୦-ଆଗାମୀ ଏସୀୟ କ୍ରୀଡ଼ା ଲାଗି ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷଣ ଶିବିର ଆଜିଠାରୁ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରଠାରେ ଆୟୋଜିତ ହେବ। ବାଦ୍ ପଡ଼ିଲେ ରାଣୀ: ଓଡ଼ିଶାରୁ ସ୍ଥାନ ପାଇଲେ ଦୀପଙ୍କ ସହ ୫ ଜଣ l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ବିଶ୍ୱ ଅଙ୍ଗ ଦାନ ଦିବସ ll*
*🔅ଆଜି ଦେଶଭକ୍ତ ଦିବସ (ମଣିପୁର) ll*
*🔅ଆଜି ଆନ୍ତର୍ଜାତୀୟ ବାମପନ୍ଥୀ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଗଧିଆ ଦିବସ ll*
*🔅ଆଜି ତରଭୁଜ ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*