April 19, 2025

ନବରଙ୍ଗପୁର ନୂତନ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟରେ ଯୋଗଦାନ।

Share

ନବରଙ୍ଗପୁର ନୂତନ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟରେ ଯୋଗଦାନ।

(ଉମରକୋଟ ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର ତା 9/8 ନବରଙ୍ଗପୁର ର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଆଜି ମହେଶ୍ଵର ଚନ୍ଦ୍ର ନାୟକ କାଯ୍ଯରେ ଯୋଗଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଙ୍କୁ ଡେପୁଟି କଲେକ୍ଟର ନିର୍ମଳ ନାୟକ, ଡେପୁଟି କଲେକ୍ଟର ସୁବ୍ରତ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ନୂତନ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସ୍ଵାଗତ କରିଥିଲେ। ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସମସ୍ତ ଙ୍କ ସହିତ ପରିଚିତ ହେବାସହ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ। ଏଥି ପୂର୍ବରୁ ଶ୍ରୀ ନାୟକ ମାଲାକନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିଲେ। ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିବା ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ ଙ୍କ ପଡୋଶୀ ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ରୁ ଡେପୁଟି କଲେକ୍ଟର ନିର୍ମଳ ନାୟକ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ଵ ତୁଲାଉ ଥିଲେ।

You may have missed