ଖୋର୍ଦ୍ଧାରେ ବଡ଼ ତମାଖୁ ଚାଲାଣ , ୩ ଗିରଫ
ଖୋର୍ଦ୍ଧା (ସୁଧାଂଶୁ ଶେଖର ପରିଡା ) ଖୋର୍ଦ୍ଧା ସଦର ଥାନା ପୋଲିସ ବେଆଇନ ଭାବେ ତମାଖୁ ପରିବହନ ଓ ଉତ୍ପାଦନ ଅଭିଯୋଗରେ ବଡ଼ ଧରଣର ଚଢ଼ାଉ କରିଛି। ତପାଙ୍ଗ ଛକ ନିକଟରେ ଏକ ମିନି ଟ୍ରକ୍ରୁ ୬୦୦ଟି ଜରି ବ୍ୟାଗ୍ରେ ଥିବା ତମାଖୁ ପ୍ୟାକେଟ୍ ଜବତ କରାଯାଇଥିଲା।
ଘଟଣାର ତଦନ୍ତ କରି ପୋଲିସ ବେରହମ୍ପୁର ବାଉଁସପାଲି ଅଞ୍ଚଳର ଏକ କାରଖାନାରେ ଚଢ଼ାଉ କରି ଆଉ ୪୦୦ ଜରି ବ୍ୟାଗ୍, ଦୁଇଟି ମିନି ଟ୍ରକ୍, ନଗଦ ₹୨.୯୪ ଲକ୍ଷ, ରାସାୟନିକ କଞ୍ଚାମାଲ ଓ ୩ଟି ଷ୍ଟିଚିଂ ମେସିନ୍ ଜବତ କରିଛି।
ପୋଲିସର ପ୍ରେସ୍ ନୋଟ୍ ଅନୁସାରେ, ଜବତ ତମାଖୁ ପ୍ୟାକେଟ୍ର ଆନୁମାନିକ ମୂଲ୍ୟ ₹୪୫ ଲକ୍ଷ। ଘଟଣାରେ ସନ୍ତୋଷ କୁମାର ରଣା, ଦୀପକ କୁମାର ସାହୁ ଓ ହରିହର ସାହୁଙ୍କୁ ଧରାଯାଇଛି। ତମାଖୁର ଉତ୍ସ, ଉତ୍ପାଦନ ଓ ବିତରଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।
