June 29, 2026

ହତ୍ୟାକାଣ୍ଡର ଶୀକାର ହୋଇଥିବା ମିଟର୍ ରିଡର୍ ଲକ୍ଷ୍ମୀ ନାରାୟଣଙ୍କ ପାଇଁ ମିଟର୍ ରିଡର୍ ସଂଘର ଶୋକ

IMG-20230809-WA0028
Share

ହତ୍ୟାକାଣ୍ଡର ଶୀକାର ହୋଇଥିବା ମିଟର୍ ରିଡର୍ ଲକ୍ଷ୍ମୀ ନାରାୟଣଙ୍କ ପାଇଁ ମିଟର୍ ରିଡର୍ ସଂଘର ଶୋକ

ବେଲଗୁଣ୍ଠା, 09/08, ସୋମବାର ଦିନ ବିଦ୍ୟୁତ୍ ମିଟର୍ ରିଡିଂ ପାଇଁ ଯାଇଥିବା ମିଟର୍ ରିଡର୍ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଆକସ୍ମିକ ଭାବେ ହତ୍ୟା କାଣ୍ଡର ଶିକାର ହୋଇଥିବା ବେଳେ ତାଙ୍କରି ମୃତ୍ୟୁରେ ଭଞ୍ଜନଗର ଡ଼ିଭିଜନ୍ ବେଲଗୁଣ୍ଠା ସେକ୍ସନର ମିଟର୍ ରିଡର୍ ମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ଏନେଇ ଅନୁଷ୍ଠିତ ଏକ ଶୋକସଭାରେ ବେଲଗୁଣ୍ଠା, ଭଞ୍ଜନଗର, ଜଗନ୍ନାଥପ୍ରସାଦର ସମସ୍ତ ମିଟର୍ ରିଡର୍ ଙ୍କ ସମେତ ବିଦ୍ୟୁତ୍ ବିଭାଗର ଅନ୍ୟ କର୍ମଚାରୀମାନେ ଏହି ଶୋକସଭାରେ ଉପସ୍ଥିତ ରହି ଲକ୍ଷ୍ମୀ ନାରାୟଣଙ୍କ ହତ୍ୟାକାଣ୍ଡକୁ ଦୃଢ଼ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ I ସେହିପରି ବିଦ୍ୟୁତ୍ ବିଭାଗୀୟ କର୍ମଚାରୀଙ୍କ ସୁରକ୍ଷା ଦାବୀ କରିଥିଲେ I ପ୍ରକାଶ ଥାଉକି ସୋମବାର ଦିନ ଗାଲେରୀ ଗ୍ରାମର ମିଟର୍ ରିଡର୍ ତାରସିଂ ଥାନା ଅନ୍ତର୍ଗତ କୁପାଟି ଗ୍ରାମରେ ମିଟର୍ ରିଡିଂ ନେଉଥିବା ବେଳେ ସେହି ଗ୍ରାମର…. ଲକ୍ଷ୍ମୀ ନାରାୟଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବୀଭତ୍ସ ହତ୍ୟା କରିଥିଲା I

ଜଗନ୍ନାଥ ନାୟକ ଙ୍କ ରିପୋର୍ଟ

You may have missed