November 22, 2024
Share
  • *╭──────────────────╮*
    *🌄ସକାଳର ଖବର, ୦୭-ଅଗଷ୍ଟ-୨୦୨୩, ସୋମବାର*
    *╰──────────────────╯*
    •┈┈┈┈┈┈┈┈┈┈┈┈┈┈┈┈┈┈┈•
    ➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ପ୍ରଗତି ମୈଦାନ ଭାରତ ମଣ୍ଡପମ୍ ରେ ଜାତୀୟ ହସ୍ତତନ୍ତ ଦିବସ ମୁଖ୍ୟ ଉତ୍ସବରେ ଯୋଗଦେବେ।

➡️୨-ଅମୃତ ଭାରତ ଷ୍ଟେସନ ଯୋଜନାରେ ସାକ୍ଷୀଗୋପାଳ ରେଳ ଷ୍ଟେସନର ପୁନର୍ବିକାଶ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭିଡିଓ କନଫରେନସିଙ୍ଗ ଜରିଆରେ ହେଲା ଭିତ୍ତି ପ୍ରସ୍ତର ସ୍ଥାପନ l

➡️୩-ଗଣେଶ ପୂଜାରେ ୪ ଫୁଟ୍‌ର ଅଧିକ ଉଚ୍ଚତାର ପ୍ରତିମୂର୍ତ୍ତୀକୁ ବିଏମ୍‌ସି ମନା କରିବାରୁ ଅସନ୍ତୋଷ ପ୍ରକାଶ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ କମିଶନରଙ୍କୁ ହେଲା ଚିଠି l

➡️୪-ଭାରତୀୟ ରେଳ ଷ୍ଟେସନ ପାଲଟିବ ଅମୃତ ଭାରତ ଷ୍ଟେସନ । ଓଡ଼ିଶାର ୨୫ ଷ୍ଟେସନ ସମେତ ସାରା ଦେଶରେ ୫୦୮ ରେଳ ଷ୍ଟେସନର ପୁନର୍ବିକାଶ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖର୍ଚ୍ଚ ହେବ ପ୍ରାୟ ୨୫ ହଜାର କୋଟି ଟଙ୍କା l

➡️୫-ଆସନ୍ତା ୨୧ ତାରିଖରୁ ଚଳିତ ଶିକ୍ଷାବର୍ଷର ସ୍ନାତକ ଛାତ୍ରଛାତ୍ରୀଙ୍କର ପାଠପଢ଼ା ହେବ ଆରମ୍ଭ l ସେହିପରି ଆସନ୍ତା ୧୨ ତାରିଖରେ ଯୁକ୍ତ ୩ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ।

➡️୬-ପ୍ରାଣିଉଦ୍ୟାନ ନନ୍ଦନକାନନରେ ୬୫ନଂ ଏନକ୍ଲୋଜରରେ ଥିବା ଏକ ମାଇନିଳଗାଇର ହେଲା ମୃତ୍ୟୁ l ନୀଳଗାଇଟିର ମୃତ୍ୟୁପରେ ଉକ୍ତ ଏନକ୍ଲୋଜରରେ ନୀଳଗାଇସଂଖ୍ୟା ହ୍ରାସପାଇ ୬ରେ ପହଁଚିଲା।

➡️୭-ଚନ୍ଦ୍ର କକ୍ଷପଥରେ ପହଞ୍ଚି ପ୍ରଥମ ଭିଜୁଆଲ ପଠାଇଲା ଚନ୍ଦ୍ରଯାନ୍‌-୩ l ଭିଡିଓରେ ଦେଖାଯାଇଛି ଯେ ଚନ୍ଦ୍ରରେ ନୀଳ ସବୁଜ ରଙ୍ଗର ଅନେକ ଗର୍ତ୍ତ ରହିଛି।

➡️୮-ଫିରିଙ୍ଗିଆ ଲଙ୍କାକାଣ୍ଡ ପରେ ସ୍ତବ୍ଧ ସାରା ରାଜ୍ୟ । ସନ୍ଦେହ ଘେରରେ କନ୍ଧମାଳ ପୋଲିସ । ୩୦ ଅଭିଯୁକ୍ତଙ୍କ ବିରୋଧରେ ହେଲା ମାମଲା ରୁଜୁ, ଆଇଆଇସିଙ୍କୁ ବଦଳି ।

➡️୯-ଆଉ କିଛି ଦିନ ପରେ ଲୋକମାନେ ମୋବାଇଲ୍‌ର ନିଜ ମନ ପସନ୍ଦର ଟିଭି ଧାରାବାହିକ, ସିନେମା, ଖେଳ ଆଦି ଦେଖିବାର ମଜା ନେଇପାରିବେ l ସିଧା ମୋବାଇଲ୍‌ରେ ପହଞ୍ଚିବ ଟିଭି: ଇଣ୍ଟରନେଟ୍‌ ଦରକାର ନାହିଁ ଡିଟିଏଚ୍‌ ଭଳି କାମ କରିବ l

➡️୧୦-ଅଗ୍ରୀମ ବୁକିଂରେ ସମସ୍ତ ରେକର୍ଡ ଭାଙ୍ଗିଲା ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦ୍ଦର-୨’ l ଏବେ ସୁଦ୍ଧା ମଲ୍ଟିପ୍ଲେକ୍ସ ଗୁଡିକରେ ୩୦,୦୫୦ ଟିକେଟ୍ ବିକ୍ରି ସରିଛି ।

➡️୧୧-ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହାର ପ୍ରଭାବରେ ୯ଟି ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ହେଲା ଜାରି ।

➡️୧୨-ଅଲିଗଡର ଏକ ବୟସ୍କ ଦମ୍ପତି ନିଜ ସାମର୍ଥ୍ୟ ମୁତାବକ ଟଙ୍କା ଖର୍ଚ୍ଚ କରି ରାମମନ୍ଦିର ପାଇଁ ତିଆରି କଲେ ୪୦୦କିଲୋ ଓଜନର ତାଲା ଓ ୪ଫୁଟର ଚାବି l

➡️୧୩-କେନ୍ଦ୍ର ଗୃହମନ୍ତ୍ରୀ, ନବୀନ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ପରେ ବଢ଼ିଲା ଦ୍ୱନ୍ଦ୍ୱ । କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବେ, ଆଶଙ୍କାରେ ବିଜେପି ନେତା ଓ କର୍ମୀ l

➡️୧୪-ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସର୍ଭିସ୍ ବିଲ୍; ଆପ୍-କଂଗ୍ରେସ ଜାରି କଲେ ହ୍ୱିପ୍ l

➡️୧୫-ସଂକ୍ରମଣର ବର୍ଷକ ପରେ ମଧ୍ୟ ମସ୍ତିଷ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ କୋଭିଡ୍, ଅଧ୍ୟୟନ ରୁ ଆସିଲା ବଡ଼ ଖୁଲାସା l

➡️୧୬-ଆସନ୍ତା ଅଢେଇ ବର୍ଷରେ ସବୁ ଗାଁରେ ପହଞ୍ଚିବ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ! ମାସିକ ପ୍ଲାନ୍ ୩୯୯ ଟଙ୍କାରୁ ଆରମ୍ଭ l ୬.୪ ଲକ୍ଷ ଗାଁକୁ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ସହ ଯୋଡିବା ପାଇଁ ୧.୩୯ ଲକ୍ଷ କୋଟି ଟଙ୍କାର ବ୍ୟୟକୁ ମିଳିଲା ମଞ୍ଜୁରୀ l

➡️୧୭-ଭାରତ ସହ ଥିବା ସମ୍ପର୍କକୁ ଅନ୍ୟ କୌଣସି ଦ୍ୱିପାଖିକ ସମ୍ପର୍କ ସହ ତୁଳନା କରାଯାଇ ପାରିବ ନାହିଁ ବୋଲି ବାଂଲାଦେଶର ମନ୍ତ୍ରୀ ହସନ ମହମୁଦ ଦେଲେ ସୂଚନା l

➡️୧୮-୨ୟ ଟି-୨୦: ରୋମାଞ୍ଚକ ମ୍ୟାଚ୍‌ରେ ବାଜି ମାରିଲା ଓ୍ଵେଷ୍ଟଇଣ୍ଡିଜ, ଭାରତର ଲଗାତାର ଦ୍ଵିତୀୟ ପରାଜୟ l

➡️୧୯-ବିଶ୍ଵକପ୍ ୨୦୨୩ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ୍, ମଞ୍ଜୁରୀ ଦେଲେ ସରକାର l

➡️୨୦-ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମାଲେସିଆକୁ ଗାଦିଚ୍ୟୁତ କଲା ଆୟୋଜକ ଭାରତ।

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଜାତୀୟ ହସ୍ତତନ୍ତ ଦିବସ ll*
*🔅ଆଜି ଜାତୀୟ ଜାଭେଲିନ୍ ଦିବସ ll*
*🔅ଆଜି ଜାତୀୟ ସମୁଦ୍ର ସର୍ପ ଦିବସ ll*
*🔅ଆଜି ବାଇଗଣୀ ହୃଦୟ ଦିବସ ll*
*🔅ଆଜି ଶ୍ରୀ ରବୀନ୍ଦ୍ରନାଥ ଟାଗୋର ସ୍ମୃତି ଦିବସ ll*
*🔅ଜାତୀୟ ରସଗୋଲା ଏବଂ କ୍ରିମ୍ ଦିବସ ll*
*🔅ଆଜି ସହାୟତା କୁକୁର ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*