September 21, 2024

ଗୋଷାଣି ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

Share

ଗୋଷାଣି ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି:୬/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗୋଷାଣି ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ ! ଅଗଷ୍ଟ ୮ରୁ କଳା ବ୍ୟାଜ୍ ପରିଧାନ, ୧୮ରୁ ସମୂହ ଛୁଟିରେ ଯିବାପାଇଁ ନିଷ୍ପତ୍ତି ! ଗଜପତି ଜିଲ୍ଲା ଗୋଷାଣି ବ୍ଲକ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ ପ୍ରଶାସନ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଆସନ୍ତା ୮ ତାରିଖରୁ କଳାବ୍ୟାଜ୍ ପରିଧାନ ଏବଂ ୧୮ ତାରିଖରୁ ସମସ୍ତେ ସମୂହ ଛୁଟିରେ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ପିଇଓ ମାନଙ୍କ ଶିକ୍ଷାଗତ ଯୋଗ୍ୟତା +୨ ରୁ +୩ କରିବା ସହ ଦରମା ୨୧,୭୦୦ ଟଙ୍କାରୁ ୩୫,୪୦୦ ଯଥା ପେ-ଲେବେଲ୍ ୯କୁ ମଞ୍ଜୁର ପ୍ରଦାନ କରାଯିବା, ୧୦ ବର୍ଷ ଚାକିରି କରୁଥିବା ପିଇଓଙ୍କୁ ଉଚ୍ଚ ପଦବୀକୁ ପଦନ୍ନୋତି କରିବା, ଜିପିଡିଓ ପଦକୁ ଶତ ପ୍ରତିଶତ ପଦୋନ୍ନତିର ବ୍ୟବସ୍ଥା କରିବା, ଓପିଆରଏସ୍ କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ଦାବି ସମୂହ ଉଲ୍ଲେଖ ରହିଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସମସ୍ତ ପିଇଓ ମାନେ ଉପସ୍ଥିତ ଥିଲେ